Cricket

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

(ଓଡ଼ିଶା ସ୍ପୋର୍ଟ): କିକ୍ରେଟକୁ ବାଏ ବାଏ କଲେ ଇରଫାନ୍ ପଠାନ । ଆଜି ଦ୍ରୁତ ବୋଲର ଇରଫାନ୍ ପଠାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ୧୫ ବର୍ଷର ଅନ୍ତରାଷ୍ଟ୍ରୀୟ କ୍ୟାରିୟରକୁ ସେ ଅଲବିଦା କହିଛନ୍ତି । କିନ୍ତୁ ସେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିବେ । ୩୫ ବର୍ଷିୟା ଇରଫାନ୍ ପଠାନ କହିଛନ୍ତି ଯେ, ଘରୋଇ କ୍ରିକେଟ ମାମଲାରେ ମୁଁ ଜମ୍ମୁ-କାଶ୍ମୀର କ୍ରିକେଟର ଅଂଶୀଦାର । ମୁଁ ଭାରତୀୟ କ୍ରିକେଟରେ ଯୋଗଦାନ ଦେବି, କିନ୍ତୁ ଘରୋଇ କ୍ରିକେଟରେ କେହି ଖେଳାଳି ମୋ ଜାଗାରେ ଆସିବା ଜରୁରି । ବହୁତ କାମ ମୋତେ କରିବାକୁ ବାକି ଥିବା ବେଳେ ତାହା ଉପରେ ମୁଁ ଧ୍ୟାନ ଦେବାକୁ ଚାହୁଁଛି ।’
ତେବେ ଇରଫାନ୍ ପଠାନ୍ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୯ ବର୍ଷ ପର୍ୟ୍ୟନ୍ତ ସେ ଭାରତୀୟ ଦଳର ମଜଭୁତ୍ ଖେଳାଳି ଭାବେ ରହିଥିଲେ । ଟେଷ୍ଟରେ ସେ ୧୦୦, ଦିନିକିଆରେ ୧୭୩ ଓ ଟି-୨୦ରେ ୨୮ ୱିକେଟ୍ ନେଇଥିଲେ । ବ୍ୟାଟିଙ୍ଗ କରିବାରେ ବି ଇରଫାନ୍ ପଛରେ ନଥିଲେ । ସେ ଟେଷ୍ଟ ମ୍ୟାଚରେ ୧୧୦୫ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ସାମିଲ ହୋଇଛି ।

Related posts

୨ ଓ୍ବିକେଟ୍ ରେ ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

Odisha Sports Bureau

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ଦଳ ଅଲଆଉଟ, ଭାରତ ଆଗରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ

Odisha Sports Bureau