Badminton

ବାୟୋପିକ ଦୌଡ଼ରେ ସିନ୍ଧୁ

(ଓଡିଶାସ୍ପୋର୍ଟସ ): କିଛି ଦିନ ହେବ ବଲିଉଡ଼ରେ ଏବେ ବାଓପିକ ଟ୍ରେଣ୍ଡ ଚାଲିଛି । ବିଭିନ୍ନ ସେଲିବ୍ରିଟିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ। ନିକଟରେ ଅନେକ ଖେଳାଳିଙ୍କ ଜୀବନୀକୁ ନେଇ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଛି। ପୂର୍ବରୁ କ୍ରୀଡ଼ୀବିତ ମହେନ୍ଦ୍ର ସିଂ ଧୋନୀ, ମିଲଖା ସିଂ, ମହମ୍ମଦ ଆଝାର ଉଦିନ,ମ୍ୟାରୀ କମ, ଗୀତା ଫୋଗତ,ବବିତା ଫୋଗତ,ସଚିନ ତେନ୍ଦୁଲକର ଜୀବନୀ ଉପରେ ଫିଲ୍ମ ନିର୍ମାଣ କରାଯାଇଛି । ଏବେ ଏହି ରେସ୍ରେ ସାମିଲ ହେବାକୁ ଯାଉଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ। ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କ ଚାହିଦା ଏବେ ବଢିଯାଇଛି। ବଲିଉଡ ଅଭିନେତା ସୋନୁ ସୁଦ୍ ସିନ୍ଧୁଙ୍କ ବାଓପିକ୍ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ତେବେ ସିନ୍ଧୁଙ୍କ ଭୂମିକାରେ କିଏ ଅଭିନୟ କରିବା ତାହା କୁହାଯାଇ ନ ଥିଲେ ମଧ୍ୟ ଦୀପିକା ପାଦୁକୋନଙ୍କ ସହ କଥାବାର୍ତ୍ତା ଚାଲିଛି। ସେ ଯଦି ଗ୍ରୀନ୍ ସିଗ୍ନାଲ୍ ଦେଲେ ତେବେ ଫିଲ୍ମର ଶୁଟିଂ ଖୁବ୍ଶିଘ୍ର ଆରମ୍ଭ ହେବ। ଦୀପିକା ଏବେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ବାଓପିକ୍ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Related posts

ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରତ୍ୟାବର୍ତ୍ତନ କଲେ ଲକ୍ଷ

Odisha Sports Bureau

ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌

Odisha Sports Bureau

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ