Football

ଫୁଟବଲ ମ୍ୟାଚ ବେଳେ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏଫଏଓ ଲିଗ୍ ମ୍ୟାଚ୍ ଚାଲିଥିବା ବେଳେ ଜଣେ ଫୁୁଟବଲ ଖେଳାଳିଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହି ଅଘଟଣ କଟକ ବାରବାଟୀ ଷ୍ଟାଡିୟମରେ ହୋଇଛି । ମୃତକଙ୍କ ନାମ ଅଜୟ ନାୟକ ।

ସୂଚନାଯୋଗ୍ୟ ଯେ, ଆଜି ବାରବାଟୀ ଷ୍ଟାଡିୟମରେ ଏସବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଏଫଏଓ ମ୍ୟାଚ୍ ଚାଲିଥିଲା । ଖେଳ ଚାଲିଥିବା ସମୟରେ ଏସବିଆଇର ଖେଳାଳି ଅଜୟ ନାୟକ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଅଜୟଙ୍କ ଏପରି ଆକଷ୍ମିକ ମୃତ୍ୟୁକୁ ନେଇ ଖେଳାଳିଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

Related posts

ଫିଫା ପାଇଁ କଳିଙ୍ଗ ଷ୍ଟାଡ଼ିଅମ ରଙ୍ଗାରଙ୍ଗ

Odisha Sports Bureau

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

Odisha Sports Bureau

ଇଂରାଜୀ ପ୍ରିମିୟର ଲିଗ୍: ରେକର୍ଡ ପଏଣ୍ଟ ସୁରକ୍ଷିତ ରଖିବା ପାଇଁ ଲିଭରପୁଲ୍ ଆଉ ଏକ ବିଜୟ ଆବସ୍ୟକ

Odisha Sports Bureau