Cricket

ରୋହିତଙ୍କ ପରି ଖେଳାଳୀ ନାହିଁ: ଗିଲକ୍ଲିଷ୍ଟ

(ଓଡିଶାସ୍ପୋର୍ଟସ ): ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିବାକୁ ଥିବା ତିନୋଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ଭାରତୀୟ ଟେଷ୍ଟ ଟିମରେ ଚଳିତ ଥର ରୋହିତ ଶର୍ମାଙ୍କୁ ଓପନର ଭାବେ ଚୟନ କରାଯାଇଛି । କେ ଏଲ ରାହୁଲଙ୍କ ଜାଗାରେ ଏବେ ରୋହିତ ମୟଙ୍କ ଅଗ୍ରୱାଲଙ୍କ ସହ ଟେଷ୍ଟ ମ୍ୟାଚରେ ଓପନିଂ କରିବେ । ନିକଟରେ ଚୟନ ସମିତିର ଅଧ୍ୟକ୍ଷ ଏମ ଏସ କେ ପ୍ରସାଦ ମଧ୍ୟ ଏହି କଥାର ପୃଷ୍ଟି କରି କହିଛନ୍ତି, ରୋହିତ ଟେଷ୍ଟରେ ଓପନିଂ କରିବେ ।
ଓପନର ଭାବେ ରୋହିତଙ୍କୁ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳୀ ଏଡମ ଗିଲକ୍ଲିଷ୍ଟ ସମର୍ଥନ କରି କହିଛନ୍ତି, ମତେ ପୁରା ବିଶ୍ୱାସ ରୋହିତ ଓପନର ଭାବେ ଟେଷ୍ଟ କ୍ରିକେଟକୁ ସଫଳ କରିବେ । ଭାରତୀୟ ପିଚରେ ତାଙ୍କ ପରି ଆଉ କେହି ବ୍ୟାଟ୍ସମ୍ୟାନ ଭାରତକୁ ମଳିବ ନାହିଁ । କିନ୍ତୁ ବିଦେଶରେ ରୋହିତଙ୍କୁ ସମସ୍ୟା ହୋଇପାରେ । ସେ ଆହୁରି କହିଛନ୍ତି, ମୁଁ ଆଇପିଏଲରେ ରୋହିତଙ୍କ ସହ ଖେଳି ସାରିଛି । ରୋହିତ ଲୋକଙ୍କୁ ଏପରି ଆଶ୍ଚର୍ଯ୍ୟ କରନ୍ତି କି ତାଙ୍କୁ ଲାଗେ ସେ ପର୍ଯ୍ୟାପ୍ତ ପରିଶ୍ରମ କରୁ ନାହାନ୍ତି । କାରଣ ସେ ସେମିତି ମଣିଷ । ରୋହିତ ଜଣେ ବିଶ୍ୱ ସ୍ତରୀୟ ଖେଳାଳୀ । ଗିଲ କହିଛନ୍ତି, ଯଦି ସେ ଶୀର୍ଷକ୍ରମର ବ୍ୟାଟ୍ସମ୍ୟାନ ରୂପେ ଚ୍ୟାଲେଞ୍ଜକୁ ନେବାକୁ ଚାହଁନ୍ତି, ତେବେ ଏପରି କୌଣସି କାରଣ ନାହିଁ ଯାହା ତାଙ୍କୁ ଅଟଳାଇ ପାରିବ ।

Related posts

ଜୋରିମାନା ଗଣିଲା ଭାରତୀୟ ଦଳ

Odisha Sports Bureau

ଘୋଷଣା ହେଲା ଆଇପିଏଲ ୨୦୨୬ କ୍ରୀଡ଼ାସୂଚୀ, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଟି୨୦ କ୍ରୀଡ଼ା ମହାକୁମ୍ଭ

Odisha Sports Bureau

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

Odisha Sports Bureau