Cricket

ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ହରାଇଲା ଟିମ ଇଣ୍ଡିଆ, ସିରିଜ ୧-୦ରେ ଆଗୁଆ

(ଓଡିଶା ସ୍ପୋର୍ଟସ): ବିଶାଖାପାଟଣାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିଛି । ମ୍ୟାଚର ଅନ୍ତିମ ଦିନରେ ଭାରତଏହି ବିଜୟ ହାସଲ କରିଛି । ଟିମ ଇଣ୍ଡିଆର ଧାର୍ଯ୍ୟ ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ ହୋଇଯାଇଛି ।
ଭାରତ ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଦଳରେ ୭ ୱିକେଟ ହରାଇ ୫୦୨ ରନରେ ଇନିଂସ ଘୋଷଣା କରିଥିଲା । ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତେ୍ୱ ଏଲଗାର ଏବଂ ଡି କକଙ୍କ ଶତକ ବଳରେ ବଡ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଦଳ ୪୩୧ ରନରେ ଅଲଆଉଟ ହୋଇଯାଇଥିଲା ।
ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୭୧ ରନରେ ଆଗୁଆ ରହି ୨ୟ ଇନିଂସ ଆରମ୍ଭ କରିଥିଲା । ରୋହିତ ଶର୍ମା ଆକର୍ଷଣୀୟ ଶତକ ହାସଲ କରି ଦଳର ସ୍ଥିତିକୁ ମଜବୁତ କରିଥିଲେ । ୪ର୍ଥ ଦିନ ସୁଦ୍ଧା ଭାରତ ୪ ୱିକେଟ ହରାଇ ୩୨୩ ରନ କରି ପାଳି ଘୋଷଣା କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨ୟ ଇନିଂସ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ମାତ୍ର ୭୦ରନରେ ଦଳ ୮ଟି ୱିକେଟ ହରାଇ ସାରିଥିଲା । ୧୬୧ ରନରେ ପେଡଟ ଆଉଟ ହୋଇଯିିବା ପରେ ମୁଥୁସାମୀ ଏବଂ ରାବାଡା ଆଉ ମାତ୍ର ୩୦ ରନ କରିବାରେ ସମର୍ଥ ହୋଇଥିଲେ ।
ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୪ଟି ଏବଂ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୭ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ରହିଛି ।

Related posts

୬ ବର୍ଷ ପୂର୍ବେ ବାପାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ନିତିଶ

Odisha Sports Bureau

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

Odisha Sports Bureau

ବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟ

Odisha Sports Bureau