Cricket

‘ଦ ହଣ୍ଡ୍ରେଡ୍‌’ : ଆକୃଷ୍ଟ କରିପାରିଲେନି ଗେଲ ଓ ମାଲିଙ୍ଗା

(ଓଡ଼ିଶା ସ୍ପୋର୍ଟସ ): ‘ଦ ହଣ୍ଡ୍ରେଡ୍‌’ ପାଇଁ ରବିବାର ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାଁଙ୍କୁ ପ୍ରଥମେ ଓ ଇଂଲଣ୍ଡ ଅଲରାଉଣ୍ଡର ଲୁକ ରାଇଟ୍‌ ଅନ୍ତିମ ଖେଳାଳି ଭାବେ ବିକ୍ରି ହୋଇଥିଲେ। କିନ୍ତୁ ବିସ୍ଫୋରକ ଓପନର କ୍ରିସ ଗେଲ ଓ ୟର୍କର କିଙ୍ଗ୍‌ ଲସିଥ ମାଲିଙ୍ଗା କୌଣସି ଦଳକୁ ଆକୃଷ୍ଟ କରିପାରି ନାହାନ୍ତି। ଏମାନଙ୍କ ବ୍ୟତୀତ କାଗିସୋ ରାବାଡା ମଧ୍ୟ ଅନ୍‌ସୋଲ୍ଡ ରହିଛନ୍ତି। ଏହି ଲିଗ୍‌ର ନିୟମ ଅନୁଯାୟୀ, ପ୍ରତ୍ୟେକ ଦଳରେ ୩ ବିଦେଶୀ ଖେଳାଳି ରହିପାରିବେ। ଦୁଇ ଘରୋଇ ଖେଳାଳି ଓ ଇଂଲଣ୍ଡର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଜଣେ ଖେଳାଳିଙ୍କୁ ପ୍ରତ୍ୟେକ ଦଳ ପୂର୍ବରୁ କିଣିଥିଲେ। ଗ୍ରେଟ ବ୍ରିଟେନ ପାଉଣ୍ଡରେ ୧୨୫ ହଜାର (ଭାରତୀୟ ମୁଦ୍ରାରେ ୧.୧୪ କୋଟି), ୧ ଲକ୍ଷ, ୭୫ ହଜାର, ୬୦ ହଜାର, ୫୦ ହଜାର ଓ ୩୦ ହଜାର ଆଦି ସାଲାରି ପ୍ୟାକେଜ ଅନୁଯାୟୀ ନିଲାମ ପ୍ରିକ୍ରିୟା ୭ ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଗ୍ଲେନ ମ୍ୟାକ୍ସଓ୍ବେଲ, ସୁନୀଲ ନାରିନ, ଡେଭିଡ ଓ୍ବାର୍ନର, ଷ୍ଟିଭ ସ୍ମିଥ, ମିଚେଲ ମାର୍ଶଙ୍କ ଭଳି ଖେଳାଳିଙ୍କୁ ପ୍ରଥମ ରାଉଣ୍ଡରେ ବିଭିନ୍ନ ଦଳ କିଣିଥିଲେ। ଅନ୍ୟପକ୍ଷରେ ଶାକିବ ଅଲ ହାସନ, ଟ୍ରେଣ୍ଟ ବୋଲ୍ଟ, କିରନ ପୋଲାର୍ଡ ଓ ଡ୍ବେନ ବ୍ରାଭୋ ବାଦ୍‌ ପଡ଼ିଥିଲେ। ମୋଟ ଉପରେ ୯୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିବାବେଳେ ୪୭୪ ଖେଳାଳି ଅନ୍‌ସୋଲ୍ଡ ରହିଥିଲେ।

Related posts

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

Odisha Sports Bureau

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

Odisha Sports Bureau

ଟଙ୍କା ଫେରସ୍ତ ପାଇବେ ଦର୍ଶକେ

Odisha Sports Bureau