ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଛି । ଏହି ଐତିହାସିକ ବିଜୟ ପରେ ଆଫଗାନିସ୍ତାନର ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନଙ୍କ ସମେତ ସବୁ ଖେଳାଳି ଓ ଆଫଗାନିସ୍ତାନ ପ୍ରଶଂସକ ଭାବ ବିହ୍ୱଳ ହୋଇପଡିଥିଲେ । ସେମି ଫାଇନାଲରେ ପହଞ୍ଚିବା ପରେ ରଶିଦ ଖାନ କହିଛନ୍ତି, ଆଫଗାନିସ୍ତାନରେ ବର୍ତ୍ତମାନ ଉତ୍ସବର ମାହୋଲ । ଏହା ଆମ ପାଇଁ ବହୁତ ବଡ ଉପଲବ୍ଧି । ମୁଁ ବ୍ରାଏନ ଲାରାଙ୍କୁ ପ୍ରତିଶ୍ରୃତି ଦେଇଥିଲି ଯେ , ଆମେ ଆପଣଙ୍କ ଭରସା ଓ ବିଶ୍ୱାସ ରଖିବୁ ।
୨୦୨୪ ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟର ବ୍ରାଏନ ଲାରା ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଥିଲେ । ତାଙ୍କର ଏହି ପୂର୍ବାନୁମାନ ଅନେକଙ୍କୁ ଚକିତ କରିଥିଲା । ହେଲେ ଏହି କରିସ୍ମା କରି ଦେଖାଇଛି ଆଫଗାନିସ୍ତାନ ଏବଂ ଲାରାଙ୍କ ବିଶ୍ୱାସକୁ ସଠିକ ସାବ୍ୟସ୍ତ କରିଛି । ରଶିଦ ଖାନ ଲାରାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିଛନ୍ତି । ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବଡ ବଡ ଦଳକୁ ଧୂଳି ଚଟାଇ ବାଂଲାଦେଶ ବିପକ୍ଷ ସୁପର -୮ର ଶେଷ ମୁକାବିଲାରେ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିଛି । ଆଫଗାନିସ୍ତାନର ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ୱକପରୁ ବାଦ ପଡିଛି । ଏବେ ଭାରତ ,ଦକ୍ଷିଣ ଆଫ୍ରିକା , ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ସେମି ଫାଇନାଲ ।
ଏହି ଐତିହାସିକ ବିଜୟ ପରେ ରଶିଦ ଖାନ କହିଛନ୍ତି ,ଆମ ପାଇଁ ସେସି ଫାଇନାଲ ପହଞ୍ଚିବା ସ୍ୱପ୍ନ ପରି ଲାଗୁଛି । ଆମେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ନିଜ ପ୍ରତି ଭରସା ବଢିଥିଲା । କେବଳ ଜଣେ ବ୍ୟକ୍ତି ବ୍ରାଏନ ଲାରା ହିଁ କହିଥିଲେ ଯେ , ଆଫଗାନିସ୍ତାନ ସେମି ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିବ । ଆମେ ତାଙ୍କ ଭବିଷ୍୍ୟତବାଣୀଙ୍କୁ ସଠିକ ସାବ୍ୟସ୍ତ କରିଛୁ । ସ୍ୱାଗତ ପାର୍ଟିରେ ସାକ୍ଷାତ ସମୟରେ ମୁଁ ଲାରାଙ୍କୁ କହିଥିଲି ଯେ , ଆମେ ଆପଣଙ୍କ ଭରସା ରଖିବୁ
previous post