More Sports

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାଣ୍ଡ୍ୟା

(ଓଡ଼ିଶା ସ୍ପୋର୍ଟସ ): ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଉଭୟଙ୍କୁ ମୁମ୍ବାଇର ଏକ କାଫେରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସେ କୁଆଡେ ନତାଶାଙ୍କୁ ନିଜ ମାତାପିତାଙ୍କ ସହ ଭେଟ କରାଇଛନ୍ତି। ଉଭୟଙ୍କ ପରିବାର ମଧ୍ୟ ଏହି ବିବାହକୁ ନେଇ ସହମତି ପ୍ରକାଶ କରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡିଛି।

ନତାଶା ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ ଜଣାଶୁଣା। ସେ ପ୍ରକାଶ ଝା’ଙ୍କ ଫିଲ୍ମ ସତ୍ୟାଗ୍ରହ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ପାଣ୍ଡ୍ୟାଙ୍କ ନାମ ପୂର୍ବରୁ ମଧ୍ୟ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତେଲା, ଇଶା ଗୁପ୍ତା ଏବଂ ଏଲି ଆବ୍ରାହମଙ୍କ ସହ ଯୋଡାଯାଇଛି।

Related posts

ରାଜ୍ୟ ଓପନ ଚେସ: ପ୍ରିୟବ୍ରତ ପ୍ରଥମ, ମନିଷ ରନର୍ସଅପ

Odisha Sports Bureau

ପ୍ରୋ-ଭଲିବଲ ଲିଗ୍ ରେ ୬ ବିଦେଶୀ ଖେଳାଳି ସାମିଲ

Odisha Sports Bureau

କ୍ରିଡା ବ୍ୟବସ୍ଥାକୁ ଆରାମ କରିବାର ଅଧିକାର ସରକାରଙ୍କ ପାଖରେ ରହିବ: ଖେଳ ମନ୍ତ୍ରଣାଳୟ

Odisha Sports Bureau