Cricket

ଦିଲ୍ଲୀରେ ଟି-୨୦ ମ୍ୟାଚ ନ କରିବାକୁ ବିସିସିଆଇକୁ ଅନୁରୋଧ

(ଓଡିଶା ସ୍ପୋର୍ଟସ ): ଦିଲ୍ଲୀରେ ବାୟୂ ପ୍ରଦୂଷଣ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଏବେ ଆହୁରୀ ଦୀପାବଳି ପରେ ଦିଲ୍ଲୀ ଆହୁରୀ ଦୂଷିତ ହୋଇଯାଇଛି । ତେବେ ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଟି-୨୦ ମ୍ୟାଚକୁ ସ୍ଥାନାନ୍ତର କରିବା ପାଇଁ ପରିବେଶବିତମାନେ ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ମ୍ୟାଚକୁ ଦିଲ୍ଲୀ ବାହାରେ କରାଇବା ପାଇଁ ପରିବେଶବିତ୍ ଅନୁରୋଧ କହିଛନ୍ତି।

କେୟାର୍ ଫର୍ ଏୟାରର ଜ୍ୟୋତି ପାଣ୍ଡେ ଏବଂ ମାଇଁ ରାଇଟ୍ ଟୁ ବ୍ରେଥର ରବିନା ରାଜ କୋହଲି ବିସିସିଆଇକୁ ଅନୁରୋଧ କରି କହିଛନ୍ତି, “ବର୍ତ୍ତମାନ ଦିଲ୍ଲୀରେ ପରିସ୍ଥିତି ସାଙ୍ଘାତିକ। ଆସନ୍ତା ୩ ତାରିଖରେ ଏଠାରେ ଯେଉଁ ଟି-୨୦ ମ୍ୟାଚ୍ ଖେଳାଯିବ, ଉଭୟ ଦଳର ଖେଳାଳିମାନେ ଗ୍ରାଉଣ୍ଡରେ ୩ରୁ ୪ ଘଣ୍ଟା ସମୟ ବିତାଇବେ। ଏହା ମଧ୍ୟରେ ଖେଳାଳିମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି। ତେଣୁ ଆମେ ଏହି ମ୍ୟାଚକୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରୁଛୁ।” କେୟାର୍ ଫର୍ ଏୟାର୍ ଓ ମାଇଁ ରାଇଟ୍ ଟୁ ବ୍ରେଥ୍ ଭଳି ସଂସ୍ଥା ଦିଲ୍ଲୀରେ ବାୟୁ ପ୍ରଦୁଷଣକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି ।

Related posts

ମୋହଲି ଟି-୨୦ ମ୍ୟାଚରେ କାହିଁକି ଖେଳିବେନି ବିରାଟ କୋହଲି ?

Odisha Sports Bureau

ପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶ

Odisha Sports Bureau

ଧୋନିଙ୍କ ପାଇଁ ୫ ମିନିଟ ବନ୍ଦ ରହିଲା ମ୍ୟାଚ