Football

ଆଇଏସ୍‌ଏଲ୍‌ : ଆଜି ଚେନ୍ନାଇନ୍‌ ଏଫ୍‌ସି ଏଟିକେକୁ ଭେଟିବ

(ଓଡ଼ିଶା ସ୍ପୋର୍ଡ଼ସ ): ଆଇଏସ୍‌ଏଲ୍‌ ଷଷ୍ଠ ସଂସ୍କରଣରେ ଚେନ୍ନାଇନ୍‌ ଏଫ୍‌ସି ବୁଧବାର ଏଟିକେକୁ ଭେଟିବ। ସ୍ଥାନୀୟ ମାରିନା ଏରିନାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଚେନ୍ନାଇନ୍‌ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି। କୋଲକାତା ତା’ର ଗତ ମ୍ୟାଚ୍‌ରେ ଶୁକ୍ରବାର ଘରୋଇ ପରିବେଶରେ ହାଇଦ୍ରାବାଦ ଏଫ୍‌ସିକୁ ୫-୦ରେ ହରାଇ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା। ତେଣୁ ଏହି ମ୍ୟାଚ୍‌ ଚେନ୍ନାଇନ୍‌ ପାଇଁ ଆଦୌ ସହଜ ହେବ ନାହିଁ।
ଚେନ୍ନାଇନ ଚଳିତ ସେସନର ପ୍ରଥମ ମ୍ୟାଚ୍‌ରେ ଏଫ୍‌ସି ଗୋଆଠାରୁ ୦-୩ ଗୋଲରେ ପରାସ୍ତ ହୋଇଥିଲା। ତେବେ ଏହାପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଚେନ୍ନାଇନ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ରବିବାର ଗୋଲ ଶୂନ୍ୟଭାବେ ଡ୍ର ରଖିଥିଲା। ଚେନ୍ନାଇନ୍‌ର  ଡିଫେନ୍ସ ସେତେଟା ସ୍ଥିର ପ୍ରଦର୍ଶନ କରୁ ନ ଥିବାରୁ କୋଚ୍‌ ଜନ୍‌ ଗ୍ରେଗୋରୀ ଚିନ୍ତିତ ରହିଛନ୍ତି। ଚେନ୍ନାଇନ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି। ଚେନ୍ନାଇନ ଅଧିନାୟକ ଲୁସିଆନ ଗୋଇଆନ୍‌ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାନ୍ତି। ମୁମ୍ବାଇ ବିପକ୍ଷରେ ଆମେ ଅଧିକ ଗୋଲ ଦେଇପାରିଥାନ୍ତୁ ଚେନ୍ନାଇନ୍‌ର ଫରଓ୍ବାର୍ଡ ଲିଥୁଆନିଆର ନେରିଜୁସ୍‌ ଭାଲସ୍କିସ୍‌ କହିଛନ୍ତି।

ଏଟିକେ ଇତିମଧ୍ୟରେ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଚେନ୍ନାଇନ ଏପର୍ୟ୍ୟନ୍ତ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ପରାଜୟ ଓ ଗୋଟଏ ଡ୍ର ସହ ୧ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ।

Related posts

ରୋନାଲ୍ଡୋଙ୍କ ନାଁରେ ଅପୂର୍ବ ରେକର୍ଡ

Odisha Sports Bureau

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

Odisha Sports Bureau

ଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେ

Odisha Sports Bureau