Football

ରୋନାଲ୍ଡୋଙ୍କ ନାଁରେ ଅପୂର୍ବ ରେକର୍ଡ

ନୂଆଦିଲ୍ଲୀ: ପର୍ତ୍ତୃଗାଲର ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଯୋଡିହେଲା ଆଉ ଏକ ରେକର୍ଡ । ପ୍ରଥମ ଫୁଟବଲର ଭାବେ ଏମିତି ରେକର୍ଡ କଲେ ରୋନାଲ୍ଡୋ । ବ୍ୟକ୍ତିଗତ ୮୦୦ ଗୋଲ କରିଥିବା ସେ ବନିଛନ୍ତି ପ୍ରଥମ ଫୁଟବଲର । ଆର୍ସେନାଲ ବିରୁଦ୍ଧରେ ମଞ୍ଚେଷ୍ଟର ପକ୍ଷରୁ ୨ଟି ଗୋଲ କରିବା ସହ ଏହି ରେକର୍ଡ ସେ ନିଜ ନାମରେ କରିଛନ୍ତି । ଏବେ ଯାଏଁ ସେ ମୋଟ ୮୦୧ ଗୋଲ କରିସାରିଛନ୍ତି ।


ରୋନାଲ୍ଡୋ ମ୍ୟାଚର ପ୍ରଥମ ଗୋଲ ୫୨ମିନିଟରେ ଓ ଦ୍ୱିତୀୟଟି ୭୦ ମିନିଟରେ ପେନାଲଟି ଜରିଆରେ କରିଛନ୍ତି। ଏହାସହ ତାଙ୍କ ଗୋଲ ସଂଖ୍ୟା ୮୦୧ ହୋଇଯାଇଛି। ବ୍ରାଜିଲର ବରିଷ୍ଠ ଖେଳାଳି ପେଲେଙ୍କୁ ନେଇ ମଧ୍ୟ ଦାବି କରାଯାଏ ଯେ ସେ ୧୦୦୦ରୁ ଅଧିକ ଗୋଲ କରିଛନ୍ତି। କିନ୍ତୁ ଏହାର କୌଣସି ସରକାରୀ ସଂଖ୍ୟା ନାହିଁ। ରୋନାଲ୍ଡୋ ୮୦୧ ଗୋଲ ମଧ୍ୟରୁ ମଞ୍ଚେଷ୍ଟର ୟୁନାଇଟେଡ଼ ପାଇଁ ୧୩୦ ଗୋଲ କରିଛନ୍ତି। ସେ ଦ୍ୱିତୀୟଥର ପାଇଁ ଏହି କ୍ଲବ ପାଇଁ ଖେଳୁଛନ୍ତି। ସେ ରିୟାଲ ମେଡ୍ରିଡ ପାଇଁ ସର୍ବାଧିକ ୪୫୦ ଗୋଲ କରିଛନ୍ତି। ପର୍ତ୍ତୁଗାଲ ତରଫରୁ ଖେଳି ସେ ୧୧୫ ଗୋଲ କରିଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟରରେ ୫୦ କୋଟି ଫଲୋୟର୍ସ ହୋଇଥିବା ଦୁନିଆର ପ୍ରଥମ ବ୍ୟକ୍ତି ହୋଇଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ। ୨୦୨୧ ରେ ବ୍ରାଜିଲ ଫୁଟବଲର ପେଲେଙ୍କୁ ଓଭରଅଲ ଗୋଲ ମାମଲାରେ ପଛରେ ପକାଇ ଦେଇଥିଲେ। ପେଲେଙ୍କ ଅଫିସିଆଲ ଆକାଉଣ୍ଟ ଅନୁଯାୟୀ ସେ ୭୬୭ ଗୋଲ କରିଛନ୍ତି। ରୋନାଲ୍ଡୋ ଜାନୁଆରୀରେ ପେଲେଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ।

Related posts

ବାପା ହେଲେ ଭାରତୀୟ ଫୁଟବଲ୍‌ ଦଳର ଅଧିନାୟକ

Odisha Sports Bureau

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

Odisha Sports Bureau

ଘରୋଇ ପଡ଼ିଆରେ ଓଡ଼ିଶା ଏଫସି: ଜାମସେଦପୁର ଏଫସି ସହ ଖେଳିବ ମ୍ୟାଚ

Odisha Sports Bureau