Football

ଆଜି ଅଲିମ୍ପିକ କ୍ୱାଲିଫାୟ ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ

(ଓଡିଶା ସ୍ପୋର୍ଟସ ): ଆଜି ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ । ଗତକାଲି ବିଜୟରୁ ଅଭିଯାନ ଆରମ୍ଭ କରିଛି ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍‌। ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ରେ ପରାସ୍ତ କରିଥିଲା ମହିଳା ଦଳ। ଦ୍ୱିତୀୟ ମ୍ୟାଚରେ ଋଷିଆକୁ ୪-୨ ଗୋଲରେ ହରାଇ ବିଜୟୀ ହୋଇଛି ଭାରତୀୟ ପୁରୁଷ ହକି ଟିମ୍‌। ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ହରମନପ୍ରୀତ ସିଂହ। ଏହାପରେ ଲଗାତାର ମନଦୀପ ସିଂହ ଦୁଇଟି ଗୋଲ୍‌ ଦେଇଥିଲେ। ଋଷିଆ ଏକାଧିକ ପେନାଲଟି ହାତଛଡ଼ା କରି ମାତ୍ର ୨ଟି ଗୋଲ୍‌ କରି ପାରିଥିଲା। ଭାରତୀୟ ମହିଳା ଦଳ ଆମେରିକା ସହ ଓ ପୁରୁଷ ଦଳ ଋଷିଆ ବିପକ୍ଷରେ ଖେଳି ଅଧିକ ପଏଣ୍ଟ ହାସଲ କରିଥିବା ଟିମ୍‌ ସିଧାସଳଖ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌ ହାତେଇବେ ।

Related posts

ଓଡ଼ିଶା ଦଳରେ ଯୋଡ଼ି ହେଲେ ଡାଭିଡ ଭିଲା

ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି

Odisha Sports Bureau

ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି