Badminton

ସାରଲୋରଲସ୍କ ଓପନ ବାଡମିଣ୍ଟନର ଫାଇନାଲରେ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଭାରତର ଯୁବ ବାଡମିଣ୍ଟନ ଖେଳାଳୀ ଲକ୍ଷ୍ୟ ସେନ୍ ଚାଲିଥିବା ଜୁନିୟର ରାଷ୍ଟ୍ରିୟ ଚମ୍ପିଆନସିପ୍ କିରଣ ଜର୍ଜଙ୍କୁ ପରାସ୍ତ କରି ସାରଲୋରଲସ୍କ ଓପନ ସୁପର ଟୁର ୧୦୦ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ ର ଫାଇନାଲରେ ପ୍ରବେଶ କରିନେଇଛନ୍ତି । ଶନିବାର ଦିନ ଖେଳାଯାଇଥିବା ସେମିଫାଇନାଲରେ ଲକ୍ଷ୍ୟ ହମବତନ କିରଣଙ୍କୁ ୨୧-୧୩, ୧୪-୨୧, ୨୧-୦୯ରେ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ଅଷ୍ଟମ ସ୍ଥାନରେ ଥିବା ସେନ୍ ମାତ୍ର ୩୭ ମିନିଟ୍ ରେ କିରଣଙ୍କୁ ପରାସ୍ତ କରିଥିଲେ । ୧୮ ବର୍ଷିୟ ସେନ ଅକ୍ଟୋବରରେ ହିଁ ଡଚ୍ ଓପନର ଟାଇଟଲ୍ ଜିତିଥିଲେ ଏବଂ ଯଦି ସେ ଏବେ ସାରଲୋରଲସ୍କ ଓପନର ଟାଇଟଲ୍ ଜିତି ନେଉଛନ୍ତି, ତେବେ ଏହା ତାଙ୍କର ଲଗାତାର ଦ୍ୱିତୀୟ ଏବଂ ସିଜିନର ତୃତୀୟ ଟାଇଟଲ୍ ଜିତିବେ ।

Related posts

ପ୍ରମୋଦଙ୍କୁ ନବୀନଙ୍କ ପ୍ରଶଂସା

Odisha Sports Bureau

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

କୋରିଆ ଓପନ ୨୦୧୯ର କ୍ୱାଟର ଫାଇନାଲରେ ପ୍ରବେଶ କଲେ କଶ୍ୟପ

Odisha Sports Bureau