Football

୨୩.୫୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ଷ୍ଟାର ଫୁଟବଲର ପେଲେଙ୍କ ଜର୍ସୀ

(ଓଡିଶା ସ୍ପୋର୍ଟସ): ବ୍ରାଜିଲର ଷ୍ଟାର ଫୁଟବଲର ପେଲେ ନିଜର ଅନ୍ତିମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ରେ ଯେଉଁ ଜର୍ସୀ ପରିଧାନ କରିଥିଲେ ଏହାକୁ ଇଟାଲିର ଏକ ନିଲାମରେ ୩୦,୦୦୦ ଡଲାର (ପ୍ରାୟ ୨୩.୫୧ ଲକ୍ଷ ଟଙ୍କା)ରେ ବିକ୍ରି କରାଯାଇଛି । ତିନି ତିନି ଥର ବିଶ୍ୱ କପ୍ ବଜେତା ପେଲେ ଏହି ଜର୍ସି ଯୁଗୋସ୍ଲୋଭିଆ ବିପକ୍ଷରେ ଜୁଲାଇ ୧୯୭୧ରେ ରିଓ ଡି ଜେନେରିଓର ମରକାନା ଷ୍ଟାଡିୟମରେ ଖେଳା ଯାଇଥିବା ମୈତ୍ରୀ ମ୍ୟାଚ୍ ରେ ପିନ୍ଧିଥିଲେ । ଏହା ପେଲେଙ୍କ ବ୍ରାଜିଲ ତରଫରୁ ଶେଷ ମ୍ୟାଚ୍ ଥିଲା । ପେଲେଙ୍କ ବୟଷ ଏବେ ୭୬ ଅଟେ ଏବଂ ତାଙ୍କୁ ସର୍ବକାଳୀନ ମହାନ ଫୁଟବଲର ହିସାବରେ ଜଣା ଯାଏ । ସେ ବ୍ରାଜିଲ ତରଫରୁ ୯୨ ମ୍ୟାଚରେ ୭୭ ଗୋଲ କରିଛନ୍ତି । ଏହି ନିଲାମରେ ଆର୍ଜେଣ୍ଟିନାର ଦିଗ୍ଜ ଡିଏଗୋ ମାରାଡୋନାଙ୍କ ୧୯୮୯-୯୦ ମଧ୍ୟରେ ନେପୋଲିର ତରଫରୁ ଖେଳୁଥିବା ସମୟରେ ପିନ୍ଧିଥିବା ଜର୍ସି ୭୫୦୦ ୟୁରୋ( ପ୍ରାୟ ୫.୯୩ ଲକ୍ଷ ଟଙ୍କା)ରେ ବିକ୍ରି ହୋଇଥିଲା । ଆମେରିକାର ବାସ୍କେଟବଲର ଖେଳାଳୀ ମାଇକେଲ ଜୋର୍ଡନ ବେସବଲ୍ରେ ମଧ୍ୟ ଖେଳିଥିଲେ । ଏହି ସମୟରେ ସେ ଯେଉଁ ବ୍ୟାଟର ବ୍ୟବହାର କରିଥିଲେ ତାହା ୪୨୫ ୟୁରୋ ( ପ୍ରାୟ ୩୩ ହଜାର ଟଙ୍କା) ରେ ବିକ୍ରି ହୋଇଛି ।

Related posts

ବିଷମ କଟକ ଠାରେ ଅନ୍ତରାଜ୍ୟ ଫୁଟବଲ୍ ଟର୍ଣ୍ଣ।ମେଣ୍ଟ ଆୟୋଜିତ

Odisha Sports Bureau

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

Odisha Sports Bureau

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

Odisha Sports Bureau