Football

୨୩.୫୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ଷ୍ଟାର ଫୁଟବଲର ପେଲେଙ୍କ ଜର୍ସୀ

(ଓଡିଶା ସ୍ପୋର୍ଟସ): ବ୍ରାଜିଲର ଷ୍ଟାର ଫୁଟବଲର ପେଲେ ନିଜର ଅନ୍ତିମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ରେ ଯେଉଁ ଜର୍ସୀ ପରିଧାନ କରିଥିଲେ ଏହାକୁ ଇଟାଲିର ଏକ ନିଲାମରେ ୩୦,୦୦୦ ଡଲାର (ପ୍ରାୟ ୨୩.୫୧ ଲକ୍ଷ ଟଙ୍କା)ରେ ବିକ୍ରି କରାଯାଇଛି । ତିନି ତିନି ଥର ବିଶ୍ୱ କପ୍ ବଜେତା ପେଲେ ଏହି ଜର୍ସି ଯୁଗୋସ୍ଲୋଭିଆ ବିପକ୍ଷରେ ଜୁଲାଇ ୧୯୭୧ରେ ରିଓ ଡି ଜେନେରିଓର ମରକାନା ଷ୍ଟାଡିୟମରେ ଖେଳା ଯାଇଥିବା ମୈତ୍ରୀ ମ୍ୟାଚ୍ ରେ ପିନ୍ଧିଥିଲେ । ଏହା ପେଲେଙ୍କ ବ୍ରାଜିଲ ତରଫରୁ ଶେଷ ମ୍ୟାଚ୍ ଥିଲା । ପେଲେଙ୍କ ବୟଷ ଏବେ ୭୬ ଅଟେ ଏବଂ ତାଙ୍କୁ ସର୍ବକାଳୀନ ମହାନ ଫୁଟବଲର ହିସାବରେ ଜଣା ଯାଏ । ସେ ବ୍ରାଜିଲ ତରଫରୁ ୯୨ ମ୍ୟାଚରେ ୭୭ ଗୋଲ କରିଛନ୍ତି । ଏହି ନିଲାମରେ ଆର୍ଜେଣ୍ଟିନାର ଦିଗ୍ଜ ଡିଏଗୋ ମାରାଡୋନାଙ୍କ ୧୯୮୯-୯୦ ମଧ୍ୟରେ ନେପୋଲିର ତରଫରୁ ଖେଳୁଥିବା ସମୟରେ ପିନ୍ଧିଥିବା ଜର୍ସି ୭୫୦୦ ୟୁରୋ( ପ୍ରାୟ ୫.୯୩ ଲକ୍ଷ ଟଙ୍କା)ରେ ବିକ୍ରି ହୋଇଥିଲା । ଆମେରିକାର ବାସ୍କେଟବଲର ଖେଳାଳୀ ମାଇକେଲ ଜୋର୍ଡନ ବେସବଲ୍ରେ ମଧ୍ୟ ଖେଳିଥିଲେ । ଏହି ସମୟରେ ସେ ଯେଉଁ ବ୍ୟାଟର ବ୍ୟବହାର କରିଥିଲେ ତାହା ୪୨୫ ୟୁରୋ ( ପ୍ରାୟ ୩୩ ହଜାର ଟଙ୍କା) ରେ ବିକ୍ରି ହୋଇଛି ।

Related posts

ଘରୋଇ ପଡ଼ିଆରେ ଓଡ଼ିଶା ଏଫସି: ଜାମସେଦପୁର ଏଫସି ସହ ଖେଳିବ ମ୍ୟାଚ

Odisha Sports Bureau

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

Odisha Sports Bureau