Football

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ସଦର ମହକୁମ୍ମା ସ୍ଥିତ ଅରବିନ୍ଦ ଶିକ୍ଷା ନିକେତନ ଖେଳ ପଡିଆ ଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ଅନ୍ୟାନ୍ୟ ଅତିଥି ଭାବେ ଜିଲ୍ଲା ନୋଡାଲ ଅଧିକାରୀ ମମତା ମହାନ୍ତି, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ରାମ ପ୍ରସାଦ ଦୋରା,ସ୍ଥାନୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସଭ୍ୟ ମାଙ୍ଗୁ ଦୁରୁଆ, ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ସେଠୀ, ଏବଂ ବ୍ଲକ ମଙ୍ଗଳ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲି ପ୍ରମୁଖ ଉପସ୍ଥିତ ଥିଲେ l କୁନ୍ଦୁରା ବ୍ଲକର 16ଟି ପଂଚାୟତରୁ. 16 ଟି ଭଲିବଲ୍ ଓ 16 ଟି ଫୁଟ ବଲ୍ ଦଳର ଆଦିବାସୀ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ l କୁନ୍ଦୁରା ବ୍ଲକରେ 11 ତାରିଖରେ ଶୁଭ ଉଦ୍ଘାଟନ ଓ 12 ତାରିଖରେ କାର୍ଯ୍ୟକ୍ରମ ସମାପନ ହେବାର ସୂଚୀ ପ୍ରସ୍ତୁତ କରାଯାଇଥିଲା l ଭଲି ଓ ଫୁଟବଲ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଜାଲି l ଏହିକାର୍ଯ୍ୟକ୍ରମକୁ ଜି ପି ଇ ଓ ସୁରେଶ କୁମାର ହୋତା ଏବଂ କୁନ୍ଦ୍ରା ବ୍ଲକ ରେ ରହିଥିବା 14 ଟି ହାଇସ୍କୁଲ ର ଖେଳ ଶିକ୍ଷକ ମାନେ ପରିଚାଳନା କରିଥିଲେ l

Related posts

ଆଇ ଲିଗ୍ : ଶିଲାଁଙ୍ଗ ଲାଯୋଙ୍ଗକୁ ୨-୧ରେ ହରାଇ ନେରୋକା ଅଙ୍କତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା

Odisha Sports Bureau

ରୋନାଲ୍ଡୋଙ୍କ ୭୦୦ ଗୋଲ ରେକର୍ଡ

Odisha Sports Bureau

ଲୋବେରା ହେଲେ ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ