Cricket

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭ୍ୟାସ ଆରମ୍ଭ କଲେ ଗିଲ୍

ମୁମ୍ବାଇ: ଡେଙ୍ଗୁରେ ଆକ୍ରାନ୍ତ ଭାରତୀୟ କ୍ରିକେଟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଚେନ୍ନାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଅହମଦାବାଦ ଯିବା ପରେ ଅଭ୍ୟାସ ଆରମ୍ଭ କଲେ ଭାରତର ଷ୍ଟାର ଓପନର୍ ଶୁଭମନ ଗିଲ୍। ଶୁଭମନ ଗିଲଙ୍କୁ ଡେଙ୍ଗୁ ହେବା ଖବର ଟିମ୍ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଶୁଭମନ ଗିଲଙ୍କ ପ୍ଲେଟଲେଟ୍ ଲକ୍ଷେ ତଳକୁ କମିଯିବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗିଲଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯାଇଛି । ପୂର୍ବରୁ ଅହମଦାବାଦରେ ସେ ବିଶ୍ରାମ କରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଗିଲ୍ ଅଭ୍ୟାସ ଆରମ୍ଭ କରିଦେଇଥିବା ସାମ୍ନାକୁ ଆସିଛି। ତେବେ କୁହାଯାଉଛି ଯେ, ଗିଲ୍ ସୁସ୍ଥ ହେଉଥିବାରୁ ତାଙ୍କୁ ଖୁବଶୀଘ୍ର ଟିମରେ ସାମିଲ କରାଯିବ। ହେଲେ ସେ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ କେଉଁ ମ୍ୟାଚ୍ ଖେଳିବେ? ସେ ସୂଚନା ବିସିସିଆଇ ପକ୍ଷରୁ ଦିଆଯାଇ ନାହିଁ ।
ଡେଙ୍ଗୁ ପାଇଁ ବିଶ୍ବକପର ୨ଟି ମ୍ୟାଚରେ ସାମିଲ ହୋଇପାରିନଥିବା ଗିଲ୍ ଶନିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ କହିଥିଲେ ଗିଲଙ୍କ ପାଇଁ ମୋତେ ଖରାପ ଲାଗୁଛି । ମୁଁ ପ୍ରଥମେ ଜଣେ ମଣିଷ । ତେଣୁ ମୁଁ ଚାହେଁ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ । ଅଧିନାୟକ ଭାବେ ମୁଁ ଭାବୁନାହିଁ ଯେ ଗିଲ୍ ଏହି ମ୍ୟାଚ୍ (ଅଷ୍ଟ୍ରେଲିଆ ବିପକ୍ଷ) ଖେଳିବା ଉଚିତ୍ । ସେ ଜଣେ ଯୁବ ବ୍ୟକ୍ତି । ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରୁଛି । ସେପଟେ ଚୟନକର୍ତ୍ତାମାନେ ଗିଲଙ୍କ କଭର୍ ଚୟନ କରିବା ସମ୍ଭାବନା ରହିଛି । ଗିଲଙ୍କ ପ୍ରଥମ ବିକଳ୍ପ ଋତୁରାଜ ଗାଏକୱାଡ ହୋଇପାରନ୍ତି । ଋତୁରାଜ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ ଓ ମୋହାଲିରେ ଅର୍ଦ୍ଧଶତକ ହାସଲ କରିଥିଲେ।

Related posts

ଟେଷ୍ଟ କ୍ରିକେଟରେ ଲଜ୍ଜାଜନକ ରେକର୍ଡ କରିଛି ପାକିସ୍ତାନ…

Odisha Sports Bureau

କେଏଲ ରାହୁଲଙ୍କ ସଫଳ ଅସ୍ତ୍ରୋପଚାର

ଓପନିଙ୍ଗ କରିବାକୁ କୋହଲୀଙ୍କୁ ମନା

Odisha Sports Bureau