Cricket

ଓପନିଙ୍ଗ କରିବାକୁ କୋହଲୀଙ୍କୁ ମନା

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଭାରତୀୟଙ୍କ ମନରେ ଉତ୍ସାହ ଆହୁରି ବଢିବାରେ ଲାଗିଛି । ତେବେ ଗତକାଲି ଭାରତୀୟ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା ହେବା ପରେ ଆଜି ଅଧୀନାୟକ ବିରାଟ କୋହଲୀଙ୍କୁ ନେଇ ବଡ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ଆସନ୍ତା ଅକ୍ଟୋବରରେ ୟୁଏଇରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଧିନାୟକ ବିରାଟ କୋହଲୀଙ୍କ ନାମକୁ ଓପନରଙ୍କ ଲିଷ୍ଟରୁ ବାଦ ଦିଆଯାଇଛି । ପୂର୍ବରୁ ଦଳରେ ତିନି ଜଣ ଓପନର ସାମିଲ ଅଛନ୍ତି । ତେଣୁ କୋହଲୀ ତିନି ନମ୍ବର କିମ୍ବା ୪ ନମ୍ବରରେ ଖେଳି ପାରନ୍ତି । ତେବେ ରୋହିତ ଶର୍ମା ଏବଂ କେ.ଏଲ ରାହୁଲଙ୍କୁ ପ୍ରମୁଖ ଓପନର ଭାବେ ଚୟନ କରାଯାଇଥିବା ବେଳେ ଯୁବ ତାରକା ଇଶାନ କିଶାନ ତୃତୀୟ ଓପନର ଭାବେ ଦଳରେ ସ୍ଥାନ ପାଇଛନ୍ତି ।
ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚରେ କୋହଲୀ ଓପନର ଭାବେ ମଇଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ତାଙ୍କର ଅର୍ଦ୍ଧଶତକୀୟ ପାଳି ପରେ ସେ ହିଁ ବିଶ୍ୱକପରେ ଓପନିଂ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏ ନେଇ ମୁଖ୍ୟ ଚୟନକର୍ତ୍ତା ସ୍ପଷ୍ଟ ସୂଚନା ଦେଇଛନ୍ତି । ଇଶାନ କିଶାନ ଓପନିଂ କରିବା ସହିତ ମଧ୍ୟକ୍ରମରେ ମଧ୍ୟ ଖେଳିବାରେ ସକ୍ଷମ ଅଟନ୍ତି । ତେଣୁ ପ୍ରତିପକ୍ଷ ଦଳର ବୋଲରଙ୍କୁ ଦେଖି ତାଙ୍କ ସ୍ଥାନ ନିରୂପଣ କରାଯିବ ବୋଲି କୁହାଯାଉଛି । ସାମନା ଟିମରେ କୌଣସି ଲେଗ ସ୍ପିନର ଥିଲେ ବାମହାତୀ ଖେଳାଳୀ ଇଶାନ କିଶାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ଇଶାନ କିଶାନଭ୍କର ଦଳରେ ଉପସ୍ଥିତି ଦଳ ପାଇଁ ଲାଭଦାୟକ ହେବ ବୋଲି ଚୟନକର୍ତ୍ତା ମତ ରଖିଛନ୍ତି ।

Related posts

ଝାଡ଼ଖଣ୍ଡରୁ ସର୍ବାଧିକ ବ୍ୟକ୍ତିଗତ କରଦାତା ହେଲେ ଏମଏସ ଧୋନି

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

Odisha Sports Bureau

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau