Football

୧୬ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଫାତୀ

(ଓଡିଶା ସ୍ପୋର୍ଟସ): ବର୍ଷିଲୋନାର ଅଂଶୁ ଫାତୀ ଚମ୍ପିଆନସ୍ ଲିଗ୍ ଇତିହାସରେ ଗୋଲ କରିବାରେ ସବୁଠାରୁ ଯୁବ ଖେଳାଳୀ ହୋଇଛନ୍ତି । ଫାତୀ ୧୭ ବର୍ଷ ୪୦ ଦିନ ବୟଷରେ ଗୋଲ କରି ଘାନାର ପିଟର ଅଫେରୀ କ୍ୱାଏଙ୍କ ୧୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ପିଟର ୧ ଅକ୍ଟୋବର ୧୯୯୭ ଅଲମ୍ପିୟାକୋସ୍ ତରଫରୁ ଖେଳୀ ରୋସେନବର୍ଗ ବିପକ୍ଷରେ ୧୭ ବର୍ଷ ୧୯୫ ଦିନ ବୟଷରେ ଗୋଲ କରି ଏହି ରେକର୍ଡ କରିଥିଲେ ।

ଫାତି(୮୬ତମ ମିନିଟ୍)ଙ୍କ ଏହି ଗୋଲ ସାହାଯ୍ୟରେ ବର୍ଷିଲୋନା ଇଣ୍ଟର ମିଲନଙ୍କୁ ୨-୧ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେଇଛି । ଫାତି ୮୫ତମ ମିନିଟରେ ସ୍ଥାନାପତ୍ର ଖେଳାଳୀ ରୂପେ ପଡିଆକୁ ଓହ୍ଲାଇଥିଲେ ଏବଂ ଏକ ମିନିଟ୍ ମଧ୍ୟରେ ଗୋଲ୍ କରିଥିଲେ । ଏହା ତାଙ୍କର ଚମ୍ପିଆନ୍ସ୍ ଲିଗରେ ପ୍ରଥମ, ଯେତେବେଳେ କି ବର୍ଷିଲୋନା ପାଇଁ ଏହା ତୃତୀୟ ଗୋଲଥିଲା । ସେ ଦୁଇଟି ଗୋଲ୍ ଲା ଲିଗରେ କରିଥିଲେ । ବର୍ଷିଲୋନା ପାଇଁ ଗୋଟିଏ ଗୋଲ୍ କାର୍ଲେସ ପେରେଜ ୨୩ତମ ମିନିଟରେ କରିଥିଲେ । ଇଣ୍ଟର ମିଲାନ ପାଇଁ ୪୪ତମ ମିନିଟରେ ଏକମାତ୍ର ଗୋଲ୍ ରୋମେଲୁ ଲୁକାକୁ କରିଥିଲେ । ପ୍ରଥମରୁ ଅନ୍ତିମ-୧୬ରେ ସ୍ଥାନ ସୁରକ୍ଷିତ କରିନେଇଥିବା ବର୍ଷିଲୋନା ଗ୍ରୁପ୍ ଏଫ୍ରେ ଶୀର୍ଷ ସ୍ଥାନରେ ରହିଛି । ସେ ୬ଟି ମ୍ୟାଚରୁ ୪ଟିରେ ବିଜୟ ହୋଇଛନ୍ତି, ଯେତେବେଳେ କି ଦୁଇଟି ଡ୍ର ରହିଛି ।

Related posts

ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବାର ସମ୍ଭାବନା ରହିଛି

Odisha Sports Bureau

ସୁଆରେଜଙ୍କ ଦୁଇ ଗୋଲ ସାହାଯ୍ୟରେ ବର୍ଷିଲୋନାର ବିଜୟ

Odisha Sports Bureau

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

Odisha Sports Bureau