Cricket

ଦିନିକିଆ ହାରିବାର କାରଣ କହିଲେ କୋହଲି

(ଓଡ଼ିଶା ସ୍ପୋର୍ଟ): ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜକୁ ତ କ୍ଲିନସୁଇପ୍ କରିନେଲା। କିନ୍ତୁ ଦିନିକିଆରେ ଭାରତ ୦-୩ରେ ହ୍ୱାଇଟୱାଶ୍ ହୋଇଛି। ତେବେ ଭାରତର ଏଭଳି ପରାଜୟ ପଛର କାରଣ କ’ଣ। ଏ ନେଇ କ୍ୟାପଟେନ୍ ବିରାଟ୍ କୋହଲି ମୁହଁ ଖୋଲିଛନ୍ତି ।
ମ୍ୟାଚରେ ଆମର ଫିଲ୍ଡିଂ ଓ ବୋଲିଂ ନିମ୍ନସ୍ତରର ଥିଲା ଏବଂ ଏହି କାରଣରୁ ଆମେ ବିଜୟର ହକଦାର ନୁହେଁ। ଏହି ମ୍ୟାଚରେ ଆମେ ସେତେଟା ବି ଖରାପ ଖେଳିନାହୁଁ। ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଆମର ବ୍ୟାଟ୍ସମ୍ୟାନ୍ ଯେଉଁଭଳି ପ୍ରଦର୍ଶନ କଲେ, ତାହା ନିଶ୍ଚିତ ଭାବେ ଆମ ପାଇଁ ସକାରାତ୍ମକ ରହିଛି। କିନ୍ତୁ ଆମେ ଯେଉଁଭଳି ଭାବେ ଫିଲ୍ଡିଂ ଓ ବୋଲିଂ କଲୁ, ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା।
ଆମେ ଏହି ସିରିଜ୍ ଜିତିବା ପାଇଁ ଆଦୌ ହକଦାର୍ ନଥିଲୁ। ମ୍ୟାଚରେ ଅନେକ ସୁଯୋଗ ହାତଛଡ଼ା କରିଥିଲୁ। ଟିମରେ ଯେଉଁ ନୂଆ ଖେଳାଳିମାନେ ସୁଯୋଗ ପାଇଲେ, ସେମାନଙ୍କ ପାଇଁ ସିରିଜ୍ ନିଶ୍ଚିତ ଭାବେ ଭଲ ଅଭିଜ୍ଞତା ରହିଛି। ଆମ ତୁଳନାରେ କିୱି ଟିମ୍ ଅଧିକ ଏକଜୁଟ୍ ହୋଇ ଖେଳିଥିଲା ଏବଂ ସେମାନେ ସିରିଜକୁ ୩-୦ ଜିତିବା ପାଇଁ ହକଦାର ଥିଲେ।
ଏବେ ଆମେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବୁ। ଟେଷ୍ଟ ସିରିଜ୍ ପାଇଁ ଆମ ପାଖରେ ଏକ ସନ୍ତୁଳିତ ଟିମ୍ ଅଛି ଏବଂ ଆମେ ନିଶ୍ଚିତ ଟେଷ୍ଟ ସିରିଜ୍ ଜିତିପାରିବୁ। ମ୍ୟାଚ୍ ଜିତିବା ପାଇଁ ସକାରାତ୍ମକ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇବାକୁ ପଡ଼ିବ ବୋଲି କୋହଲି କହିଛନ୍ତି।

Related posts

ଆଜି ୩ୟ ଦିନିକିଆ ମ୍ୟାଚ : ଭାରତ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ

Odisha Sports Bureau

ଭାଙ୍ଗିଲା ମହିଳା କ୍ରିକେଟର ସ୍ମୃତି ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସଙ୍କ ବାହାଘର

Odisha Sports Bureau

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

Odisha Sports Bureau