Cricket

ଯଦି ବର୍ଷା ହୁଏ…ଗୁଜରାଟ ହାତେଇ ପାରେ କପ!

ଗତକାଲି ଆଇପିଏଲ ଫାଇନାଲ ମ୍ୟାଚରେ ରେ ବର୍ଷା ସାଜିଥିଲା ବାଧକ । ବର୍ଷା ପାଇଁ ମ୍ୟାଚ୍ ବାତିଲ୍ ହୋଇଥିିଲା ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପର କିଙ୍ଗସ୍ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରି ନଥିଲା । ରାତି ୧୧ଟା ସୁଦ୍ଧା ବର୍ଷା ଛାଡ଼ିଥିଲେ ଖେଳାଯିବାର ସମ୍ଭାବନା ଥିଲା । ହେଲେ ବର୍ଷା ନଛାଡ଼ିବାରୁ ଆଜି ଖେଳାଯିବ ଫାଇନାଲ୍ ମ୍ୟାଚ୍ ।

ଆଜି କିଏ ଜିତିବ ଆଇପିଏଲ । କାହା ଦଳକୁ ଯିବ ଆଇପିଏଲ ଟ୍ରଫି । ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ନା ୪ ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସ୍ । ଉଭୟ ଟିମ୍ ଆଇପିଏଲ୍ ଓପେନିଂ ମ୍ୟାଚ୍ ଖେଳିଥିଲେ । ସେହିପରି ଫାଇନାଲ୍ ପୂର୍ବରୁ ଖେଳିଥିଲେ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ଏବେ ଫାଇନାଲ୍ରେ ଟାଇଟଲ୍ ପାଇଁ ଲଢ଼ିବେ । ତେଣୁ ଆଜି ବିଗ୍ ଫାଇଟ୍ ହେବ । ପଞ୍ଚମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ମୈଦାନାକୁ ଓହ୍ଲାଇବ ଟିମ୍ ଧୋନି । ଅନ୍ୟପଟେ ଲଗାତାର ଦ୍ୱିତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ଚଳିତ ସିଜିନରେ ଚେନ୍ନାଇ ତୁଳନାରେ ଗୁଜରାଟର ପଲ୍ଲା ଭାରି ରହିଛି ।

ଜବରଦସ୍ତ ଫର୍ମରେ ଥିବା ଶୁଭମନ୍ ଗିଲ୍ ଚେନ୍ନାଇ ବୋଲରଙ୍କ ପାଇଁ କାଳ ହୋଇପାରନ୍ତି । ଚଳିତ ସିଜିନରେ ୩ଟି ସେଞ୍ଚୁରୀ ଓ ୫ଟି ଅର୍ଦ୍ଧଶତକ ସହ ମୋଟ୍ ୮୫୧ ରନ୍ କରିଛନ୍ତି । ତାଙ୍କ ବ୍ୟାଟ୍ ଚାଲିଲେ ଅଟକାଇବା ଚେନ୍ନାଇ ବୋଲରଙ୍କ ପାଇଁ ମୁସ୍କିଲ ହେବ । ଉଭୟ ଦଳ ବ୍ୟାଟିଂ ଓ ବୋଲିଂର ପାଓ୍ଵାର ହାଉସ୍ । ଅନ୍ୟପଟେ ଆଇପିଏଲ୍ ରେକର୍ଡ କହୁଛି ବର୍ତ୍ତମାନ ସୁଦ୍ଧା କ୍ୱାଲିଫାୟାର-୧ ଖେଳିଥିବା ଟିମ୍ ଫାଇନାଲ୍ ମୁକାବିଲା ଖେଳିଛନ୍ତି । ବିଜୟୀ ଟିମ୍ ହୋଇଛି ଚାମ୍ପିଅନ୍ । ଏଥର ଇତିହାସର ପୁନରାବୃତ୍ତି ହେବ କି ନାହିଁ ତାଉପରେ ନଜର ।
ଯେହେତୁ ଆଇପିଏଲ ଟେବୁଳ ତାଲିକାରେ ଗୁଜରାଟ ଏକ ନମ୍ବରରେ ରହିଛି ତେଣୁ

Related posts

ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ

Odisha Sports Bureau

ସିରାଜଙ୍କ ଜିଦ୍ ଆଗରେ ଶୁଭମନ ଗିଲ୍ ଅସହାୟ

ବିଶ୍ୱକପ ବିଜେତାଙ୍କ କ୍ରିକେଟରୁ ସନ୍ନ୍ୟାସ

Odisha Sports Bureau