Cricket

କରୋନା ପାଇଁ ଭାରତରେ ହେବନାହିଁ କୌଣସି କିକ୍ରେଟ ମ୍ୟାଚ

(ଓଡ଼ିଶା ସ୍ପୋର୍ଟ): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ କ୍ରୀଡାଜଗତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ବାତିଲ୍ ହେବା, ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣର ଆୟୋଜନ ଉପରେ ଅନିଶ୍ଚିତତାର ବାଦଲ ଲାଗି ରହିବା ପରେ ଏବେ ବିସିସିଆଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ଶନିବାର ବିସିସିଆଇ ଭାରତରେ ହେବାକୁ ଥିବା ସମସ୍ତ ଘରୋଇ ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। କରୋନା କାରଣରୁ ଚଳିତ ମାସରେ ହେବାକୁ ଥିବା ଅନେକ ମହତ୍ଵପୂର୍ଣ୍ଣ ଟୂର୍ଣ୍ଣାମେଣ୍ଟକୁ ଅନିଶ୍ଚିତକାଳ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ବିସିସିଆଇ କୋଭିଡ୍-୧୯ ମହାମାରୀ କାରଣରୁ ଅବଶିଷ୍ଟ ଭାରତ ଓ ରଣଜୀ ଚମ୍ପିଆନ ସୌରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଇରାନୀ କପ ସହିତ ନିଜର ସମସ୍ତ ଘରୋଇ ଟୂର୍ଣ୍ଣାମେଣ୍ଟକୁ ରଦ୍ଦ କରିଛି। ବିସିସିଆଇ ସଚିବ ଜୟ ଶାହାଙ୍କ ହସ୍ତାକ୍ଷର ଥିବା ବୟାନରେ ବୋର୍ଡ କହିଛି ଯେ, ଯେଉଁ ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି ସେଥିରେ ଇରାନୀ କପ, ସିନିୟର ମହିଳା ଦିବାରାତ୍ର ନକ୍ଆଉଟ୍, ଭିଜ୍ଜି ଟ୍ରଫି, ସିନିୟର ମହିଳା ଓ୍ଵାନେଡ ଚ୍ୟାଲେଞ୍ଜର, ମହିଳା ଅଣ୍ଡର-୧୯ ନକ୍ଆଉଟ୍, ମହିଳା ଅଣ୍ଡର ୧୯ ଟି-୨୦ ଲିଗ୍, ସୁପର ଲିଗ୍ ଓ ନକଆଉଟ୍, ମହିଳା ଅଣ୍ଡର-୧୯ ଟି ୨୦ ଚ୍ୟାଲେଞ୍ଜର ଟ୍ରଫି, ମହିଳା ଅଣ୍ଡର ୨୩ ନକ୍ଆଉଟ୍, ମହିଳା ଅଣ୍ଡର ୨୩ ଓ୍ଵାନଡେ ଚ୍ୟାଲେଞ୍ଜର ସାମିଲ।
ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁରେ ସମଗ୍ର ବିଶ୍ଵରେ ୫୦୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢି ୮୮ ହେଲାଣି। ଦିନକୁ ଦିନ ଦେଶରେ କରୋନା ବ୍ୟାପିବାରେ ଲାଗିଛି।

Related posts

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଲା ୱେଷ୍ଟଇଣ୍ଡିଜ୍

Odisha Sports Bureau

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

Odisha Sports Bureau

ଆଜି ଭାରତ – ବାଂଲାଦେଶ ମଧ୍ୟରେ କଡା ଟକ୍କର