Football

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

(ଓଡ଼ିଶା ସ୍ପୋର୍ଡ଼ସ ): ଭାରତର ପ୍ରଖ୍ୟାତ ଫୁଟବଲର୍ ପିକେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ନ୍ୟୁମୋନିଆ କାରଣରୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ଏହାଛଡ଼ା ତାଙ୍କର ହୃଦଘାତଜନିତ ସମସ୍ୟା ମଧ୍ୟ ରହିଥିଲା, ଯେଉଁକାରଣରୁ ସେ ଚଳିତ ମାସ ୨ ତାରିଖରୁ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଥିଲେ। ଶୁକ୍ରବାର ମଧ୍ୟାହ୍ନ ୧୨.୪୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଭାଇ ପ୍ରସୁନ ବାନାର୍ଜୀ ତୃଣମୂଳ କଂଗ୍ରେସର ସାଂସଦ ମଧ୍ୟ ଅଛନ୍ତି।
୧୯୩୬, ଜୁନ୍ ୨୩ ତାରିଖରେ ମୋୟନାଗୁରୀରେ ଜନ୍ମିତ ବାନାର୍ଜୀ ୧୯୬୨ରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଫୁଟବଲ୍ ଦଳର ସଦସ୍ୟ ଥିଲେ। ଏହାଛଡ଼ା ସେ ୧୯୬୦ରେ ରୋମ୍ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଇଥିଲେ ଏବଂ ଫ୍ରାନ୍ସ ବିପକ୍ଷରେ ୧-୧ ଗୋଲରେ ମ୍ୟାଚକୁ ଡ୍ର’ କରାଇଥିଲେ। ଏହା ପୂର୍ବରୁ ସେ ୧୯୫୬ରେ ମେଲବର୍ଣ୍ଣ ଅଲିମ୍ପିକ୍ସ ଟିମରେ ମଧ୍ୟ ସ୍ଥାନ ପାଇଥିଲେ ଏବଂ କ୍ୱାର୍ଟରଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ୪-୨ ଗୋଲର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ତାଙ୍କୁ ମଧ୍ୟ ଫିଫା ଭାରତର ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ପ୍ରଦାନ କରିଥିଲା ଏବଂ ୨୦୦୪ରେ ବିଂଶ ଶତାବ୍ଦୀର ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରିଥିଲା। ସେ ଭାରତ ପକ୍ଷରୁ ୮୪ ମ୍ୟାଚ୍ ଖେଳି ୬୫ ଗୋଲ୍ ସ୍କୋର କରିଛନ୍ତି

Related posts

ବାଲାଦେବୀଙ୍କ ଚାରିଗୋଟି ଗୋଲ୍ ସାହାଯ୍ୟରେ ଭାରତ ବାଙ୍ଗଲାଦେଶକୁ ୭-୧ଗୋଲ୍ ରେ ପରାସ୍ତ କଲା

Odisha Sports Bureau

ଚେନ୍ନାଇନକୁ ହରାଇ ଗୋଆ ଜିତିଲା ସୁପରକପ

Odisha Sports Bureau

ଆଇଏସଏଲ୍ ୨୦୧୮: ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲର ସାହାଯ୍ୟରେ ବେଙ୍ଗଲୁରର ବିଜୟ, ପୁଣେ ୨-୧ଗୋଲ୍ ରେ ପରାସ୍ତ

Odisha Sports Bureau