Tennis

ୟୁଏସ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରୁ ଓହରିଲେ ଅଷ୍ଟାପେଙ୍କୋ

(ଓଡିଶା ସ୍ପୋର୍ଟସ୍): ଫ୍ରେଞ୍ଚ ଓପନ୍ ୨୦୧୭ ଚାମ୍ପିଅନ୍ ଜେଲେନା ଓଷ୍ଟାପେଙ୍କୋ କାର୍ୟ୍ୟସୂଚୀରେ ପରିବର୍ତ୍ତନ ହେତୁ ୟୁଏସ୍ ଓପନ୍ ଟେନିସ୍ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ସେ ଏହିପରି ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ କିମ୍ବା ଶୀର୍ଷ ମାନ୍ୟତା ପ୍ରାପ୍ତ ଖେଳାଳିଙ୍କ ତାଲିକାରେ ଯୋଗ ଦେଇଥିଲେ, ଯେଉଁମାନେ କରୋନା ଭୂତାଣୁ ମହାମାରୀ ସତ୍ତେ୍ୱ ଆସନ୍ତା ସପ୍ତାହରୁ ୟୁଏସ୍ ଓପନ୍ ରୁ ଓହରି ଯାଇଛନ୍ତ । ଡଞଇ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ଆଠଟିରେ ଥିବା ୬ଜଣ ଖେଳାଳି ଟୁର୍ନାମେଣ୍ଟରୁ ବାହାରି ସାରିଛନ୍ତି। ଏଥିମଧ୍ୟରେ ଗତ ବର୍ଷର ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ତଥା ଏକ ନମ୍ବର ଆଶଲି ବାର୍ଟି ଏବଂ ୨୦୧୯ର ବିଜେତା ଏବଂ ୟୁଏସ୍ ଓପନର ୬ ନମ୍ବର ବିୟାନ୍କା ଆଣ୍ଡ୍ରିସ୍କୁ ଅନ୍ତର୍ଭୁକ୍ତ । କାର୍ଲା ସୁଆରେଜ୍ ନାଭାରୋ ମଧ୍ୟ ସୋମବାର ଟୁର୍ନାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଜେଲେନା ଓଷ୍ଟାପେଙ୍କୋ ଏବଂ ସୁଆରେଜ୍ ନାଭାରଙ୍କ ବିୟୋଗ ହେତୁ କୁରୁମି ନାରା ଏବଂ ହ୍ୱିଟନି ଓସିଗୱେ ମୁଖ୍ୟ ଡ୍ରରେ ସ୍ଥାନ ପାଇଛନ୍ତି ।

Related posts

ବିଶ୍ୱ ଟିମ୍ ଟେନିସରେ ଖେଳିବେ ଭେନସ୍ ୱିଲିୟମ୍ସ

Odisha Sports Bureau

୬୬ ମିନିଟରେ ମ୍ୟାଚ୍ ଜିତିଲେ ଜୋନାସ୍

Odisha Sports Bureau

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau