Cricket

ମ୍ୟାଚ ଜିତିବାକୁ ରାଜସ୍ଥାନ ରୟାଲର ଆପ୍ରାଣ ଉଦ୍ୟମ

(ଓଡିଶା ସ୍ପୋର୍ଟସ): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶୁକ୍ରବାର ୨୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହେବେ। ସାରଜାରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚ ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ଅପେକ୍ଷା ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ପାଇଁ ଗୁରୁତ୍ବପୂର୍ଣ୍ଣ। ଉଭୟ ଦଳଙ୍କ ଏହା ହେବ ଷଷ୍ଠ ମ୍ୟାଚ। ଦିଲ୍ଲୀ କ୍ୟାପିଟାଲ୍‌ସ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଓପନର ପୃଥ୍ବୀ ସ, ଶିଖର ଧାୱନ, ଅଧିନାୟକ ଶ୍ରେୟସ ଆୟାର, ମାର୍କୋସ ଷ୍ଟୋଇନିସ, ଭଲ ଫର୍ମରେ ରହିଥିବାବେଳେ ସିମରନ୍‌ ହେତମେୟାର, ଋଷଭ ପନ୍ତ ପ୍ରମୁଖ ରହିଛନ୍ତି। ବୋଲିଂରେ କାଗିସୋ ରାବଡା ୧୨ଟି, ଆନ୍ରିିଚ ନୋର୍ଜ୍ୟେ ପ୍ରମୁଖ ଭଲ ଫର୍ମରେ ରହିଥିବାବେଳେ ସ୍ପିନ ବିଭାଗରେ ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ ଦାୟିତ୍ବ ତୁଲାଉଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍‌ସ ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହେବା ପରେ ଲଗାତାର ୩ଟି ପରାଜୟ ବରଣ କରିଛି। ଦଳ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ମାତ୍ର ୪ ପଏଣ୍ଟ ହାସଲ କରିଛି। ଷ୍ଟିଭେନ୍‌ ସ୍ମିଥ୍‌, ସଞ୍ଜୁ ସାମସନଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଭଲ ଫର୍ମରେ ନାହାନ୍ତି। ଜୋସ୍‌ ବଟ୍‌ଲର, ଯଶ୍ବସୀ ଜସୱାଲ, ରବିନ ଉଥପ୍ପା , ଡେଭିଡ୍‌ ମିଲର, ରିଆନ୍‌ ପରାଗ ସେଭଳି ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ରାହୁଲ ତିୱାତିଆ, ଟମ୍‌ କରନ, ମହିପାଲ ଲୋମରର୍‌ ପ୍ରମୁଖ ଅଲରାଉଣ୍ଡର ରହିଥିଲେ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇପାରିନାହାନ୍ତି। ବୋଲିଂ‌େ‌ର ଜେଫ୍ରା ଆର୍ଚର , କାର୍ତ୍ତିକ ତ୍ୟାଗୀ, ଶ୍ରେୟସ ଗୋପାଳ, ଟମ୍‌ କରନ୍‌ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ସ୍ମିଥ୍‌ ଦଳର ବ୍ୟାଟିଂକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କାରଣ ଦଳରେ ଉପଯୋଗୀ ବ୍ୟାଟ୍‌ସମ୍ୟାନ ଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚରେ ଦଳକୁ ବିଜୟୀ ହେବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଦିଲ୍ଲୀ କ୍ୟାପିଟାଲ୍‌ସ ଯେଉଁଭଳି ଭାବେ ଫର୍ମରେ ରହିଛି ତାହାକୁ ପରାସ୍ତ କରିବା କଷ୍ଟକର ହୋଇପଡ଼ିବ।

Related posts

ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ

Odisha Sports Bureau

ଶିଖର ଧାୱନଙ୍କ ହେବାକୁ ଥିବା ପତ୍ନୀ ସୋଫି ସାଇନ୍ କିଏ? ଦ୍ୱିତୀୟ ବିବାହ ପାଇଁ ଖବରରେ ‘ଗବ୍ବର’

Odisha Sports Bureau

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

Odisha Sports Bureau