ଅନୁଭବ ଦାସ : ଦୁବାଇରେ ଚାଲିଛି ଫଟାଫଟ କ୍ରିକେଟର ମହାସମର ଆଇପିଏଲ ୨୦୨୦ । ଆବୁ ଧାବିରେ ଖେଳାଯିବାକୁ ଥିବା ଆଜିର ପ୍ରଥମ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲଞ୍ଜେର୍ସ ବ୍ୟାଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ପୂର୍ବ ମ୍ୟାଚରେ ମୂମ୍ବାଇ ଇଣ୍ଡିଆନ୍ସକୁ ୧୦ ୱିକେଟରେ ହରାଇ ହାଇଦ୍ରାବାଦ ଚିତ୍ତାକର୍ଶକ ଖେଳର ପ୍ରଦର୍ଶନ କରବା ସହ ନିଜ ଫ୍ୟାନ୍ସ ମାନଙ୍କୁ ବିଜୟର ଉପହାର ଦେଇଥିଲା । ଅନ୍ୟପଟେ ବ୍ୟାଙ୍ଗାଲୁରୁ ନୈରାଶ୍ୟଯନକ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା । ଆଜିର ମ୍ୟାଚରେ ନିଜର ଚମକ୍ରାର ଫର୍ମକୁ ଜାରି ରଖି ବିଜୟଲାଭ କରି ଫାଇନାଲ୍ସରେ ନିଜ ସ୍ଥାନକୁ ପକ୍କା କରିବାକୁ ଲକ୍ଷ ରଖିିଛି ହାଇଦ୍ରାବାଦ । ସେହିପରି ନିଜ ଖରାପ ଫର୍ମରୁ ଏକ ଜବର୍ଦସ୍ତ କମ୍ବ୍ୟାକ କରିବାର ଲକ୍ଷ ନେଇି ମଇଦାନକୁ ଓହ୍ଲାଇବ କୋହଲି ବାହିନୀ । ପଏଣ୍ଟ୍ସ ଟେବଲରେ ହାଇଦ୍ରାବାଦ ୦.୬୦୮ ରନରେଟ୍ ସହ ତୃତିୟ ସ୍ଥାନରେ ଥିବା ବେଳେ -୦.୧୭୨ ରନରେଟ୍ ସହ ଟେବଲରେ ଚତ ଚତୁର୍ଥ ସ୍ଥାନ ଅଧିକାର କରିଛି । ଉଭୟ ଦଳରେ ଗେମଚେଞ୍ଜର ଖେଳାଳି ଅଛନ୍ତି । ହାଇଦ୍ରାବାଦ ପାଖରେ ଅଧିନାୟକ ଡେଭିଡ ୱାର୍ଣର, କେନ ୱିଲିଅମସନ୍, ଭୁବ୍ନେଶ୍ୱର କୁମାର, ରାଶିଦ ଖାନ ଭଳି ମ୍ୟାଚୱିନର୍ ଖେଳାଳି ଅଛନ୍ତି । ସେହିପରି ବ୍ୟାଙ୍ଗାଲୁରୁ ଦଳରେ ଥିବା ଅଧିନାୟକ ଭିରାଟ କୋହଲି, ଏ.ବି.ଡି ଭିଲ୍ଲିୟର୍ସ, ଆରନ୍ ଫିଞ୍ଚ, ୟୁଜିଭିନ୍ଦର ଚହଲ, ଡେଲ ଷ୍ଟେନ, ଉମେଶ ୟାଦଭ ଭଳି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
previous post