Cricket

ସିଏସକେ ପୋଷ୍ଟରେ ଫ୍ୟାନ୍ସ ହେଲେ ଭାବପ୍ରବଣ

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ମହାମାରୀ ପାଇଁ ବନ୍ଦ ହେବା ସତ୍ତେ୍ୱ ଆଇପିଏଲକୁ ଭୁଲି ପାରୁ ନାହାନ୍ତି କ୍ରିକେଟପ୍ରେମୀ । ନିଜ ପ୍ରିୟ ଫ୍ରଞ୍ଚାଇଜି ଏବଂ ପସନ୍ଦର ଖେଳାଳୀମାନଙ୍କୁ ପ୍ରଶଂସକମାନେ ବହୁତ ମନେ ପକାଉଥିବା ଦେଖାଯାଉଛି । ଏମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସମାନେ ବି ଦଳକୁ ମିସ କରୁଛନ୍ତି । ତେବେ ଏହି ସମୟରେ ସିଏସକେର ଏକ ପୋଷ୍ଟ ଫ୍ୟାନ୍ସମାନଙ୍କ ମନରେ ଖୁସି ଭରି ଦେଇଛି । ଚେନ୍ନାଇ ଦଳ ନିଜ ଟ୍ୱିଟର ପେଜରେ କରିଥିବା ଏକ ଭିଡିଓ ପୋଷ୍ଟ ଫ୍ୟାନ୍ସମାନଙ୍କୁ ଭାବପ୍ରବଣ କରିଛି ।

ସୋଶଲ ମିଡିଆରେ ୫ ମିନିଟର ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ ଚେନ୍ନାଇ ଏକ ପ୍ରତିଶୃତି ଦେଇଛି । ବନ୍ଦ ହୋଇଥିବା ଚଳିତ ସିଜନର ଆଇପିଏଲ ଆରମ୍ଭ ହେଲେ ସେଥିରେ ପୁଣି ଆମେ ଦୃଢ ପ୍ରତ୍ୟାବର୍ତ୍ତନ କରିବୁ ବୋଲି ପ୍ରଶଂସକମାନଙ୍କୁ ବାର୍ତ୍ତା ଦେଇଛି ସିଏସକେ । ଗତବର୍ଷ ଦଳର ଖରାପ ପ୍ରଦର୍ଶନକୁ ଭୁଲି ଚଳିତ ବର୍ଷ ପୁଣି କମବ୍ୟାକ କରିଥିଲା ଧୋନୀବାହିନୀ । ଦଳର ଅନେକ ପ୍ରମୁଖ ଖେଳାଳୀ ଫର୍ମରେ ଥିବା ମଧ୍ୟ ଦଳ ପାଇଁ ଆଶୀର୍ବାଦ ପାଲଟିଥିଲା । ଆଇପିଏଲ ସ୍ଥଗିତ ହେବା ପର୍ଯ୍ୟନ୍ତ ମୋଟ ୭ଟିି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହାସଲ କରି ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହି ଭିଡିଓରେ ଦଳ ନିଜର ଆତ୍ମବିଶ୍ୱାସ ସହ ପୂର୍ବ ପ୍ରସ୍ତୁତିକୁ ପ୍ରମାଣ କରିଛି । ଏଥି ସହିତ ଦଳର ବିଜୟ ଏବଂ ଖେଳାଳୀମାନଙ୍କ ମଧ୍ୟରେ ହେଉଥିବା ଥଟ୍ଟାମଜା ମଧ୍ୟ ଏହି ଭିଡିଓରେ ସ୍ଥାନ ପାଇଛି । ପୋଷ୍ଟ ହେବା ପରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Related posts

ଏଥର ଏସିଆନ ଗେମ୍ସରେ ଖେଳିବ ଉଭୟ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଟିମ୍‌

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

Odisha Sports Bureau

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

Odisha Sports Bureau