Cricket

କୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପା

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ଭୂତାଣୁର ପ୍ରଭାବରେ ସାରା ଦେଶ ଏବେ ହନ୍ତସନ୍ତ ହେଉଛି , ଯେଉଁଥିରୁ ବର୍ତ୍ତି ପାରି ନାହାନ୍ତି ସେଲିବ୍ରିଟି, କ୍ରିକେଟର କିମ୍ବା ସେମାନଙ୍କ ପରିବାର । ଏହି ରୋଗରେ ପୋକ ମାଛି ପରି ଦେଶର ଅନେକ ଲୋକଙ୍କ ଜୀବନ ଅକାଳରେ ଯାଇ ସାରିଲାଣି । ସେହିଭଳି ଆଜି ଆଉ ଜଣେ କ୍ରିକେଟର କୋରୋନା ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଭାରତର ପୂର୍ବତନ ଦ୍ରୁତ ବୋଲର ରୁଦ୍ର ପ୍ରତାପ ସିଂହ ବାପା ଆଜି କୋରୋନା ମହାମାରୀରେ ପ୍ରାଣ ହରାଇଛନ୍ତି । ଏନେଇ ନିଜେ ଆର.ପି. ସିଂହ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ବଡ଼ ଦୁଃଖର ସହ ଆପଣମାନଙ୍କୁ ଜଣାଇବାକୁ ଚହୁଁଛି ଯେ ମୋ ବାପା କିଛି ଦିନ ହେଲା କୋଭିଡରେ ପୀଡ଼ିତ ଥାଇ ଆଜି ତାଙ୍କର ପରଲୋକ ଘଟିଛି । ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଆପଣମାନେ ତାଙ୍କୁ ନିଜ ବିଚାର ଏବଂ ପ୍ରାର୍ଥନାରେ ମନେ ରଖନ୍ତୁ । ଙଳି ଲେଖି ରୁଦ୍ର ବାପାଙ୍କ ମୃତ୍ୟୁ ଖବର ଟ୍ୱିଟ ଜରିଆରେ ସମସ୍ତଭ୍କୁ ସୂଚନା ଦେଇଛନ୍ତି । ତ୍ରାଙ୍କ ବାପା ଶିବ ପ୍ରସାଦ ସିଂହ ଏକ ସପ୍ତାହ ପୂର୍ବରୁ କୋରୋନାରେ ପ୍ରଭାବିତ ହୋଇଥିଲେ । ତେଣୁ ଚଳିତ ଆଇପିଏଲ ସିଜନରେ ଭାଷ୍ୟକାର ଦାୟିତ୍ୱରୁ ସେ ନିଜ ନାମକୁ ଫେରାଇ ନେଇଥିଲେ । କିଛି ଦିନ ତଳେ ପୂର୍ବତନ ଭାରତୀୟ ସ୍ପିନ ବୋଲର ପୀୟୁଷ ଚାୱଲାଙ୍କ ପିତା ମଧ୍ୟ କୋରୋନାରେ ପ୍ରାଣ ହରାଇଥିଲେ ।

Related posts

ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା

Odisha Sports Bureau

ଯୁବରାଜଙ୍କ ଘରେ ରାଜକୁମାର

Odisha Sports Bureau

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau