Cricket

ଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପରେ ଏହାର ବଳକା ମ୍ୟାଚ ଗୁଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ ଗୁଡ଼ିକ କେଉଁଠି ଆଉ କେବେ ଖେଳାଯିବ ତାହାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ତେବେ ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି ଏସବୁ ଆଲୋଚନା ଉପରେ ପୂଣ୍ଣଚ୍ଛେଦ ପକାଇଛନ୍ତି । ଆଇପିଏଲର ପରବର୍ତ୍ତୀ ମ୍ୟାଚଗୁଡ଼ିକୁ ନେଇ ସେ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ ଭାରତରେ ଆଇପିଏଲର ବଳକା ମ୍ୟାଚ ଖେଳାଯିବା ସମ୍ଭବ ନୁହେଁ । ଏହା କେବେ ହେବ ତାହା ମଧ୍ୟ ଏବେ କହିବା ଅସମ୍ଭବ ।
ଆଇପିଏଲର ବାକି ମ୍ୟାଚଗୁଡ଼ିକୁ ଇଂଲଣ୍ଡ, ଶ୍ରୀଲଙ୍କା ସହିତ ଅଷ୍ଟ୍ରେଲିଆ ଏବଂ ୟୁଏଇ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟର ୬୦ଟି ମ୍ୟାଚରୁ ୨୯ଟି ମ୍ୟାଚ ଖେଳାଯାଇଛି । ବାକି ୩୧ଟି ମ୍ୟାଚ କେଉଁଠି ଖେଳାଯିବ ସେ ନେଇ ଅଲୋଚନା ଚାଲୁ ରହିଛି । ଆସନ୍ତା ସେପ୍ଟେମ୍ବରରେ ଏହି ଲିଗର ବଳକା ଅଂଶକୁ ଶେଷ କରିବା ପାଇଁ ଚେଷ୍ଟା ଜାରି ରଖିଥିବ କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି ।

Related posts

ପାକିସ୍ତାନୀ ଦଳର ଚିନ୍ତା ବଢ଼ାଇ ଦେଇଛି ଜ୍ୱର ଏବଂ ଶାରିରୀକ ଆଘାତ

Odisha Sports Bureau

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

Odisha Sports Bureau

ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା

Odisha Sports Bureau