Cricket

ସିଏସକେର ବଡ଼ ନିଷ୍ପତ୍ତି

ଚେନ୍ନାଇ(ଓଡ଼ିଶା ସ୍ପୋର୍ଟସ): ଭାରତରେ କୋରୋନା ମହାମାରୀର ବିକଟାଳ ରୂପ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ଦେଶ ବିଦେଶ ସହାୟତାର ହାତ ବଢାଇଛନ୍ତି। ଏଥିସହିତ ଆଇପିଏଲର ଅନେକ ଫ୍ରଞ୍ଚାଇଜି ମଧ୍ୟ ଦେଶ ପାଇଁ କୋରୋନା ଲଢେଇରେ ସାମିଲ ହୋଇଛନ୍ତି। ସେହିପରି ଆଇପିଏଲର ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗସ୍ ତାମିଲନାଡୁରେ ଥିବା ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ସହାୟତାର ହାତ ବଢ଼ାଇଛି। ତାମିଲନାଡୁକୁ ମୋଟ ୪୫୦ ଅକ୍ସିଜେନ କନସେଣ୍ଟ୍ରେଟର ଯୋଗାଇଛି ସିଏସକେ।

ତାମିଲନାଡୁ କ୍ରିକେଟ ଆସୋସିଏସନର ସଭାପତି ରୂପା ଗୁରୁନାଥଙ୍କ ଉପସ୍ଥିତିରେ ଚେନ୍ନାଇ ସୁପର କିଙ୍ଗସ୍ ଲିମିଟେଡର ନିର୍ଦ୍ଦେଶକ ଏନ ଶ୍ରୀନିବାସନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ସିଏସକେକୁ କାର୍ଯ୍ୟରେ ସାହାଯ୍ୟ କରୁଛି କୋଭିଡ଼ ୧୯ ରିଲିଫ ଅପରେସନ ସହ ଜଡ଼ିତ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଭୂମିକା ଟ୍ରଷ୍ଟ। ଏ ନେଇ ଚେନ୍ନାଇ ସୁପର କିଙ୍ଗସ୍ ଦଳ ଟ୍ଵିଟ କରି ସୂଚନା ଦେଇଛନ୍ତି।

Related posts

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

Odisha Sports Bureau

ଗୌହାଟି ଟେଷ୍ଟରୁ ବାଦ ପଡିଲେ ଗିଲ୍, ଦଳର ନେତୃତ୍ୱ ନେବେ ଋଷଭ ପନ୍ତ

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର…