Cricket

ମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର ଅତ୍ୟାଚାର ସାରା ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଯାହାଫଳରେ ହଜାର ହଜାର ଲୋକ ନିଜ ଦେଶ ଛାଡି ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏଭଳି ଏକ ପରିସ୍ଥିତିରେ ଦେଶରେ କ୍ରିକେଟର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ସାରା ବିଶ୍ୱ ସାମନାରେ ଏ ପ୍ରଶ୍ନର ଉତ୍ତର ରଖିଛି ତାଲିବାନ । ଦେଶରେ କ୍ରିକେଟକୁ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇଛି ତାଲିବାନ । ଏହାପରେ ଦୋର ରାଜଧାନୀ କାବୁଲରେ ସ୍ୱାଭାବିକ ଦୃଶ୍ୟ ଦେଖିବାକୁ ମିଳିଛି । ଆଫଗାନିସ୍ତାନ କ୍ରିକେଟ ଟିମ ଏବେ ପ୍ରଶିକ୍ଷଣରେ ଯୋଗ ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।


ଗତ ୨୧ ତାରିଖରେ ଆଫଗାନର ଜାତୀୟ ଟିମ କାବୁଲ ଅନ୍ତର୍ଜତୀୟ କ୍ରିକେଟ ଷ୍ଟାଡିୟମରେ ଏକ ପ୍ରଶିକ୍ଷଣ ଅଧିବେଶନରେ ଯୋଗ ଦେଇଛନ୍ତି । ଶ୍ରୀଲଙ୍କାରେ ହେବାକୁ ଥିବା ଆଫଗାନିସ୍ତାନ ପାକିସ୍ତାନକୁ ଭେଟିବାକୁ ଯାଉଛି । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଏଠାରେ ବ୍ୟବସାୟିକ ବିମାନ ଚଳାଚଳ କରିବା ଉପରେ ରୋକ ଲାଗିଛି । ତେବେ ଏହି ସିରିଜ ପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସମସ୍ତ ଖେଳାଳୀ ଏବଂ ଅନ୍ୟାନ୍ୟ ଷ୍ଟାଫମାନଙ୍କ ପାଇଁ ପାକିସ୍ତାନ ତରଫରୁ ଭିସାର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

Related posts

ଏମ୍.ଏସ୍ ଧୋନୀ ଏବଂ ରାହୁଲ ଦ୍ରାବିଡଙ୍କ ଠାରୁ ଟିପ୍ସ୍ ନେଇ ସଫଳତାର ସ୍ୱାଦ ଚାଖୁଛନ୍ତି ନୂତନ ସ୍ପିଡ୍ ବୋଲର୍

Odisha Sports Bureau

ଭିଭୋ IPL ହେଲା ଟାଟା IPL

Odisha Sports Bureau

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍‌ କରିଛନ୍ତି