Cricket

ଗେଲଙ୍କ ପୁରୁଣା ଅବତାର

ନୂଆଦିଲ୍ଲୀ: ମାତ୍ର ୧୨ ରନର ପାଳି । କିନ୍ତୁ ଏହି ଛୋଟ ପାଳିରେ ଥିଲା ଏମିତି ଏକ ଛକା ଯେଉଁଥିରେ ଭାଙ୍ଗି ଯାଇଥିଲା କାଚ । ଏଭଳି ଘଟଣା ଶୁଣିଲେ ୱେଷ୍ଟ ଇଣ୍ଡିଜ ଟିମର ଖେଳାଳୀ କ୍ରିସ ଗେଲଙ୍କ କଥା ତ ନିଶ୍ଚୟ ମୁଣ୍ଡକୁ ଆସିବ । ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଏହି ଗେଲ ଛକା ମାରି ବଲକୁ ପଡିଆ ବାହାରକୁ ପଠାଇବାରେ ମାହିର । ତାଙ୍କର ଏହି କଳାର ଆଉ ଏକ ଝଲକ ଦେଖିବାକୁ ମିଳିଛି କାରବିୟାନ ପ୍ରିମିୟର ଲିଗ(ସିପିଏଲ-୨୦୨୧)ରେ । ମାତ୍ର ୧୨ ରନର ଛେଟ ପାଳିରେ ସେ ଳଗାଇଥିଲେ ଏମିତି ଏକ ଛକା ଯାହା ଦ୍ୱାରା ସାଇଡସ୍କ୍ରିନର କାଚ ଭାଙ୍ଗି ଯାଇଛି ।

ୟୁନିଭର୍ସ ବସ୍ ଗେଲ ଏହି ଲିଗରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ ତରଫରୁ ଖେଳୁଥିବା ବେଳେ ୱାର୍ଣ୍ଣର ପାର୍କରେ ଗୁରୁବାର ଦିନ ବାରବାଡୋସ ବିରୋଧରେ ଏହି ଛକା ଲଗାଇଥିଲେ । ତେବେ ଏହି ମ୍ୟାଚରେ ଗେଲଙ୍କ ଦଳ ୨୧ ରନରେ ପରାଜିତ ହୋଇଛି । ଏହି ମ୍ୟାଚରେ ଗେଲ ତୃତୀୟ ନମ୍ବରରେ ପଡିଆକୁ ଓହ୍ଲାଇଥିଲେ । ତେବେ ତାଙ୍କର ଏହି ୧୨ ରନର ପାଲିରେ ଜାସନ ହୋଲ୍ଡରଙ୍କୁ ଷ୍ଟ୍ରେଟ ଡ୍ରାଇଭରେ ଏହି ଛକା ଲଗାଇଥଲେ । ଯାହା ସିଧା ଯାଇ ସାଇଡସ୍କ୍ରିନରେ ବାଜିବାରୁ ଏହାର କାଚ ଭାଙ୍ଗିଯାଇଥିଲା । ଏହି ମୁକାବିଲାରେ ସେଣ୍ଟ କିଟ୍ସ ଦଳ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ସେରଫନ ରଦରଫୋର୍ଡ ୪୩ ବଲ୍ରେ ୨ ଚୌକା ଓ ୪ ଛକା ସହ ୫୩ ରନ କରିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ ଡ୍ଵେନ ବ୍ରାଭୋ ୩୫ ବଲ୍ରୁ ଏକ ଚୌକା ଓ ୪ ଛକା ସହ ୪୭ ରନ କରିଥିଲେ। ଜବାବରେ ବାରବାଡୋସ ଦଳ ୭ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ସାଇ ହୋପ୍ ସର୍ବାଧିକ ୪୪ ରନ କରିଥିଲେ। ତେବେ ଏହି ମ୍ୟାଚରେ ସବୁଠୁ ରୋମାଞ୍ଚକର କ୍ଷଣ ଥିଲା ଗେଲଙ୍କର ଏହି ବିଶାଳକାୟ ଛକା ।

Related posts

ଅନ୍ୟର ଭୁଲ ପାଇଁ ଶେଷ ହୋଇ ଗଲା ତାଙ୍କ କ୍ୟାରିୟର

Odisha Sports Bureau

୨୦୨୬ ଫିଫା ବିଶ୍ୱକପ୍ ଫାଇନାଲରେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବେ ଡୋନାଲ୍ଡ ଟ୍ରମ୍ପ

ମହିଳା କ୍ରିକେଟ ବିଶ୍ୱକପ ୨୦୨୨ କ୍ରୀଡାସୂଚୀ ଜାରି କଲା ଆଇସିସି

Odisha Sports Bureau