More Sports

ସେମିରେ ଭାବିନା

ନୂଆଦିଲ୍ଲୀ: ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଭାରତର ମହିଳା ଟେବୁଲ ଟେନିସ ଖେଳାଳୀ ଭାବିନା ପଟେଲ । ସର୍ବିଆର ବୋରିସ୍ଲାଭା ପେରିଚ୍ ରାଙ୍କୋଭିଙ୍କୁ ୩-୦ରେ ପରାସ୍ତ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଭାବିନା । କ୍ଲାସ-୪ ରାଉଣ୍ଡର କ୍ୱାର୍ଟର ଫାଇନାଲରେ ସେ ଏହି ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲଟିକେଟ ହାସଲ କରିଛନ୍ତି । ଭାରତୀୟ ପାରା ଆଥଲେଟ୍ ଭାବିନା, ରାଙ୍କୋଭିଚଙ୍କୁ ୧୧-୫, ୧୧-୬, ୧୧-୭ ରେ ପରାସ୍ତ କରିଛନ୍ତି । ଏହି ବିଜୟ ପରେ ଭାବିନା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ଭାରତୀୟମାନେ ଆଶା କରିଛନ୍ତି । ଏହି ମ୍ୟାଚକୁ ଜିତିବାକୁ ଭାବିନା ନେଇଥିଲେ ମାତ୍ର ୧୭ ମିନିଟ ସମୟ । ପ୍ରଥମ ରାଉଣ୍ଡକୁ ୫ ଏବଂ ଦ୍ୱୀତୀୟ ଏବଂ ତୃତୀୟ ଉଭୟ ମ୍ୟାଚ ପାଇଁ ୬ ମିନିଟ ଲେଖାଏଁ ସମୟ ନେଇଥିଲେ ଭାବିନା ।

Related posts

ପୁଣି ନୀରଜଙ୍କୁ ସରପ୍ରାଇଜ

Odisha Sports Bureau

ଟ୍ରାକ୍ ଏସିଆ କପ୍ ୨୦୧୯: ଜୁନିଅର ଏସିଆ ରେକର୍ଡ ସୃଷ୍ଟି କଲେ ରୋନାଲ୍ଡୋ

Odisha Sports Bureau

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

Odisha Sports Bureau