Cricket

ପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’

ନୂଆଦିଲ୍ଳୀ: ପୁଣି ପୁରୁଣା ଅନ୍ଦାଜରେ ନଜର ଆସିଲେ କ୍ୟାପ୍ଟେନ କୁଲ ମାହି । ପଣି ଦୁନିଆ ଦେଖିଲା ତାଙ୍କ ବ୍ୟାଟରୁ ବାହାରିତିବା ସେହି ଶେଷ ବଲର ଛକା । ଶେଷ ବଲରେ ଛକା ମାରି ଦଳକୁ ବିଜୟ ଦେବାରେ ମହାରଥୀ ହାସଲ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂ ଧୋନୀ ।

ଚଳିତ ଆଇପିଏଲ ସଂସ୍କରଣର ୪୪ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରି କେନ ୱିଲିୟମସନଙ୍କ ଦଳ ମାତ୍ର ୧୩୪ ରନରେ ସୀମିତ ରହିଥିଲା । ତେବେ ସାମ୍ନାରେ ଥିଲା କ୍ୟାପ୍ଟେନ କୁଲ ମାହିଙ୍କ ମହାନ ସେନା । ଦଳର କିଛି ଖେଳାଳୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଖେଳାଳୀ ନିଜ କ୍ଷେତ୍ରରେ ଜବରଦସ୍ତ ଫର୍ମରେ ରହିଛନ୍ତି । ତେଣୁ ପ୍ରତି ମ୍ୟାଚକୁ ଅତି ସହଜରେ ବିଜୟ ହାସଲ କରିପାରୁଛି ଦଳ । ଏହି ଟାର୍ଗେଟ ମଧ୍ୟ ଧୋନୀଙ୍କ ଧୁରନ୍ଧର ପାଇଁ କିଛି ବଡ ଲକ୍ଷ୍ୟ ନଥିଲା । ୬ ୱିକେଟରେ ଏହି ମ୍ୟାଚକୁ ବିଜୟ ହାସଲ କରି ନେଇଛି ସିଏସକେ । ଏହି ମ୍ୟାଚର ହିରୋ ଥିଲେ ଜୋସ ହାଜେଲଉଡ ।
କିନ୍ତୁ ସମସ୍ତଙ୍କ ନଜର ଥିଲା ଇନିଂସର ଶେଷ ଛକା ଉପରେ । ଏହି ଛକା ସହ ଚେନ୍ନାଇ ପ୍ଲେଅଫରେ ପହଞ୍ଚିଥିବା ବେଳେ ପ୍ରଥମ ଦଳ ଭାବେ ହାଇଦ୍ରାବାଦକୁ କ୍ୱାଲିଫାଏରୁ ବିଦା ହେବାକୁ ପଡିଛି । ଏହି ମ୍ୟାଚରେ କ୍ୟାପ୍ଟେନ ଧୋନୀ ୧୧ ଟି ବଲରେ ଗୋଟି, ଚୌକା ଏବଂ ଗୋଟିଏ ଛକା ସହ ୧୪ ରନ କରିଥିଲେ । ତେବେ ଦଳକୁ ଜିତିବା ପାଇଁ ୩ ବଲରେ ୨ ରନ ଆବଶ୍ୟକ କରୁଥିବା ବେଳେ ଧୋନୀଙ୍କ ବ୍ୟାଟରୁ ବାହାରିଥିଲା ଏହି ସୁପର ସିକ୍ସ । ସିଦ୍ଧାର୍ଥ କୌଲଙ୍କୁ ଏହି ଛକା ମାରିଥିଲେ ମହେନ୍ଦ୍ର ବାହୁବଳୀ । ଏହାପରେ ଏହି ଛକାର ଭିଡିଓ ,ବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ନିକଟତର ରୋହିତ ଶର୍ମା

Odisha Sports Bureau

ଯୁବରାଜ ସିଂହ ହେଲେ ଟି୨୦ ବିଶ୍ୱକପର ଆମ୍ବାସାଡର

Odisha Sports Bureau

ବିଶ୍ବକପ୍ ପରେ ହାର୍ଦ୍ଦିକଙ୍କୁ ମିଳିବ ଦିନିକିଆ ଦଳର ନେତୃତ୍ବ !

Odisha Sports Bureau

Leave a Comment