Cricket

ନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତ

ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ ଅଷ୍ଟ୍ରେଲିଆ । ପୁଣି ଥରେ ୨୦୧୫ ବିଶ୍ୱକପର ପୁନରାବୃତ୍ତି ଘଟିଛି ୨୦୨୧ ବିଶ୍ୱକପରେ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ବିଶ୍ୱକପ ସ୍ୱପ୍ନକୁ ଧୂଳିସାତ କରି ଦେଇଛି ଅଷ୍ଟ୍ରେଲିଆ ଦଳ ।

New Zealand Vs Australia Highlights, T20 World Cup 2021 Final: AUS win by 8 wickets to lift maiden T20 World Cup title | Hindustan Times

New Zealand vs Australia, ICC T20 World Cup 2021 Final Highlights: Australia Beat New Zealand By 8 Wickets In Final, Win Maiden T20 WC Title | Cricket News
ଦିନିକିଆ ବିଶ୍ୱକପରେ ନିଜର ଦବଦବା ବଜାୟ ରଖିଥିବା ଅଷ୍ଟ୍ରଲିଆ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବା ପାଇଁ ଆଗଭର ହୋଇଛି । ଦିନିକିଆରେ ୫ ଥର ଟ୍ରଫି ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଚଳିତ ବର୍ଷ ନିଜର ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ହାତେଇଛି । ପୂର୍ବରୁ ୨୦୨୧ରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ଖାଲି ହାତରେ ଘରକୁ ଫେରିଥିଲା । କିନ୍ତୁ ଚଳିତ ବର୍ଷ ଏହି ସୁଯୋଗକୁ ହାତଛଡା କରିନି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ମାତ ଦେଇ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେନ ୱଲିୟମସନଙ୍କ ୮୫ ରନର ପାଳି ବଳରେ ୧୭୨ ରନ ସଂଗ୍ରହ କରିଥିଲା କିୱି ଦଳ । କିନ୍ତୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଏବଂ ଡାଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ବଳରେ ୧୮.୫ ଓଭରରେ ଏହି ମ୍ୟାଚରେ ବିଜୟ ହାସଲ କରି ନେଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ଶ ଅପରାଜିତ ରହି ୭୭ ରନର ପାରି ଖେଳିଥିବା ବେଳେ ୱାର୍ଣ୍ଣର ମଧ୍ୟ ୫୩ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ । ଏହାବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ । ଜୋସ ହାଜେଲଉଡ ତାଙ୍କ ସ୍ପେଲରେ ୧୬ ରନ ଦେଇ ନ୍ୟୁଜିଲାଣ୍ଡର ୩ ଗୋଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଥିଲେ ।

Related posts

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

Odisha Sports Bureau

ଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସର

Odisha Sports Bureau

WTC ଫାଇନାଲରେ କାର୍ତ୍ତିକଙ୍କ ଡେବ୍ୟୁ

Leave a Comment