Cricket

ନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତ

ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ ଅଷ୍ଟ୍ରେଲିଆ । ପୁଣି ଥରେ ୨୦୧୫ ବିଶ୍ୱକପର ପୁନରାବୃତ୍ତି ଘଟିଛି ୨୦୨୧ ବିଶ୍ୱକପରେ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ବିଶ୍ୱକପ ସ୍ୱପ୍ନକୁ ଧୂଳିସାତ କରି ଦେଇଛି ଅଷ୍ଟ୍ରେଲିଆ ଦଳ ।

New Zealand Vs Australia Highlights, T20 World Cup 2021 Final: AUS win by 8 wickets to lift maiden T20 World Cup title | Hindustan Times

New Zealand vs Australia, ICC T20 World Cup 2021 Final Highlights: Australia Beat New Zealand By 8 Wickets In Final, Win Maiden T20 WC Title | Cricket News
ଦିନିକିଆ ବିଶ୍ୱକପରେ ନିଜର ଦବଦବା ବଜାୟ ରଖିଥିବା ଅଷ୍ଟ୍ରଲିଆ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବା ପାଇଁ ଆଗଭର ହୋଇଛି । ଦିନିକିଆରେ ୫ ଥର ଟ୍ରଫି ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଚଳିତ ବର୍ଷ ନିଜର ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ହାତେଇଛି । ପୂର୍ବରୁ ୨୦୨୧ରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ଖାଲି ହାତରେ ଘରକୁ ଫେରିଥିଲା । କିନ୍ତୁ ଚଳିତ ବର୍ଷ ଏହି ସୁଯୋଗକୁ ହାତଛଡା କରିନି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ମାତ ଦେଇ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେନ ୱଲିୟମସନଙ୍କ ୮୫ ରନର ପାଳି ବଳରେ ୧୭୨ ରନ ସଂଗ୍ରହ କରିଥିଲା କିୱି ଦଳ । କିନ୍ତୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଏବଂ ଡାଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ବଳରେ ୧୮.୫ ଓଭରରେ ଏହି ମ୍ୟାଚରେ ବିଜୟ ହାସଲ କରି ନେଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ଶ ଅପରାଜିତ ରହି ୭୭ ରନର ପାରି ଖେଳିଥିବା ବେଳେ ୱାର୍ଣ୍ଣର ମଧ୍ୟ ୫୩ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ । ଏହାବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ । ଜୋସ ହାଜେଲଉଡ ତାଙ୍କ ସ୍ପେଲରେ ୧୬ ରନ ଦେଇ ନ୍ୟୁଜିଲାଣ୍ଡର ୩ ଗୋଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଥିଲେ ।

Related posts

ମଇଦାନରେ ଲମ୍ବା ସଟ ଖେଳିଲେ ରିଷଭ, ଭାଇରାଲ ହେଲା ଭିଡିଓ

Odisha Sports Bureau

ଜାଣନ୍ତୁ RR vs MI ପିଚ୍ ରିପୋର୍ଟ ସହିତ ଆଜିର ପାଣିପାଗ କେମିତି ଅଛି

ମ୍ୟାଚ୍ ଜିତିବା ପରେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍

Odisha Sports Bureau