Cricket

ଆଇସିସି ଟୁର୍ଣ୍ଣାମେଣ୍ଟ ସୂଚୀ ଘୋଷଣା

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଘୋଷଣା ହୋଇଛି ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡିକର କାର୍ଯ୍ୟସୂଚୀ । ଆସନ୍ତା ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ପ୍ରମୁଖ ପୁରୁଷ ଟୁର୍ଣ୍ଣାମେଣ୍ଟର ହୋଷ୍ଟ ଟିମ ଗୁଡିକର ନାମ ଘୋଷଣା ହୋଇଛି । ଏହି ସମୟ ମଧ୍ୟରେ ଦୁଇଟି ପୁରୁଷ ଦିନିକିଆ ବିଶ୍ୱକପ, ଦୁଇଟି ଚମ୍ପିଆନ୍ସ ଟ୍ରଫି ଏବଂ ୪ଟି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆୟୋଯିତ ହେବ । ଏସବୁ ଟୁର୍ଣ୍ଣାମେଣ୍ଟ ଆଇସିସିର ୧୧ଟି ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ର ଓ ୪ଟି ସହଯୋଗୀ ସଦସ୍ୟ ରାଷ୍ଟ୍ରରେ ଅନୁଷ୍ଠିତ ହେବ ।
ଭାରତ ୨୦୨୬ରେ ଟି-୨୦ ବିଶ୍ବକପ, ୨୦୨୯ରେ ଶ୍ରୀଲଙ୍କା ସହ ମିଳିଭାବେ ଚାମ୍ପିଅନ୍ସ ଟ୍ରଫି ଓ ବାଂଲାଦେଶ ସହ ମିଳିତ ଭାବେ ୨୦୩୧ର ପୁରୁଷ ବିଶ୍ବକପ ଆୟୋଜନ କରିବ । ଅନ୍ୟପକ୍ଷରେ ପାକିସ୍ତାନକୁ ୨୦୨୫ର ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଦାୟିତ୍ବ ପ୍ରଦାନ କରାଯାଇଛି ।
ଆଇସିସି କାର୍ଯ୍ୟସୂଚୀ ୨୦୨୪-୩୧
୨୦୨୪ ଟି -୨୦ ବିଶ୍ୱକପ : ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍, ଜୁନ
୨୦୨୫ ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନ, ଫେବୃଆରି
୨୦୨୬ ଟି -୨୦ ବିଶ୍ୱକପ : ଭାରତ ଏବଂ ଶ୍ରୀଲଙ୍କା, ଫେବୃଆରି
୨୦୨୭ ବିଶ୍ୱକପ୍ : ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ, ଅକ୍ଟୋବର / ନଭେମ୍ବର
୨୦୨୮ ଟି -୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ – ଅକ୍ଟୋବର
୨୦୨୯ ଚାମ୍ପିଅନ୍ସ ଟ୍ରଫି : ଭାରତ – ଅକ୍ଟୋବର
୨୦୩୦ ଟି -୨୦ ବିଶ୍ୱକପ : ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡ – ଜୁନ୍
୨୦୩୧ ବିଶ୍ୱକପ୍ : ଭାରତ ଏବଂ ବାଂଲାଦେଶ – ଅକ୍ଟୋବର / ନଭେମ୍ବର

Related posts

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

Odisha Sports Bureau

ଏହି ବର୍ଷ T20 ରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କୁ ଦେଖିବାକୁ ମିଳିବ, 14 ବର୍ଷର ଇତିହାସ ବଦଳାଇବାକୁ ବାହାରିବ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳି

Odisha Sports Bureau