More Sports

କଳିଙ୍ଗ ଷ୍ଟାଡିୟମର ନୂଆ ଅଧ୍ୟାୟ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଲେଖାଯାଉଛି ଆଉ ଏକ ନୂଆ ଇତିହାସ । ବିକାଶର ସ୍ୱର୍ଣ୍ଣିମ ଅକ୍ଷରରେ କଳିଙ୍ଗ ଷ୍ଟାଡିୟମକୁ ବିଶ୍ୱପ୍ରସିଦ୍ଧ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆଜି ପୁଣି ଏକ ସଫଳତାର କାହାଣୀ ଲେଖାଯାଇଛି । ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ କରାଯିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ନୂତନ କ୍ରୀଡା ଛାତ୍ରାବାସ ଏବଂ ବିଜୁ ପଟ୍ଟନାୟକ ଭାରୋତ୍ତଳନ ହଲ ମଧ୍ୟ ଉଦଘାଟନ କରାଯାଇଛି । ଏସବୁ ବ୍ୟତୀତ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ରାଉକେଲାରେ ମଧ୍ୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସହିତ ଅନୁଗୁଳ ଏବଂ ବାରିପଦାର ସ୍ୱିମିଙ୍ଗ ପୁଲ ମଧ୍ୟ ଉଦଘାଟିତ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଏ ସମସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts

ଲଗାତାର ତୃତୀୟ ଥର ପାଇଁ ଏମଏମଏ ଟାଇଟଲ୍ ଜିତିଲେ ରିତୁ

Odisha Sports Bureau

ଆମେରିକୀୟ ମହିଳା ଆମାଚ୍ୟୁର ଚାମ୍ପିଅନସିପରେ ପ୍ରଥମ ଭାରତୀୟ

Odisha Sports Bureau

ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡଆମ୍ବାସାଡର ସନି ଲିଓନି

Odisha Sports Bureau