Football

ପରଲୋକରେ ବରିଷ୍ଠ ଫୁଟବଲ ଖେଳାଳୀ ବନବୀର ବେହେରା

ରାଉେକେଲା : ବରିଷ୍ଠ ଫୁଟବଲ ଖେଳାଳୀ ବନବୀର ବେହେରାଙ୍କ ପରଲୋକ । ସେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ଥିଲେ ।ତେବେ ତାଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି। ରାଉରକେଲା ଇସ୍ପାତ କାରଖାନାରେ କ୍ରୀଡା କୋଟାରେ ଚାକିରୀ କରିଥିଲେ ବନବୀର । ମଙ୍ଗଳବାର ଅପରାହ୍ନରେ ଅସୁସ୍ଥତା ହେତୁ ବନବୀରଙ୍କ ଦେହାନ୍ତ ହୋଇଯାଇଛି ।

ସୂଚନା ଅନୁଯାୟୀ, ୧୯୯୧ ମସିହାରେ ରାଉରକେଲା ଇସ୍ପାତ କାରଖାନାରେ ଚାକିରୀ ଆରମ୍ଭ କରିଥିଲେ । ସ୍ୱର୍ଗତଃ ଶ୍ରୀ ବନବୀର ପ୍ରାୟ ୧୦ ବର୍ଷ କାଳ ଆନ୍ତଇସ୍ପାତ ଫୁଟବଲ୍ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏଥିସହ ସେହି ପ୍ରତିଯୋଗିତାରେ ସନ୍ତୋଷ ଟ୍ରଫିର ପ୍ରତିନିଧିତ୍ୱ କରିଥିଲେ । ହେଲେ ବିଗତ ଦୁଇଦିନ ହେଲା ସେ ଅସୁସ୍ଥ ଥିଲେ । ଏହାପରେ ତାଙ୍କୁ ଆଇଜିଏଚର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସା ସମୟରେ ହିଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କର ଦେହାନ୍ତ ଖବର ପାଇ ବିଭିନ୍ନ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Related posts

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

Odisha Sports Bureau

ରବର୍ଟ ଲିୱାଣ୍ଡୋସ୍କି ହେଲେ ଫିଫା ପ୍ଲେୟର ଅଫ ଦ ଇୟର

Odisha Sports Bureau

ଇକ୍ୟୁଏଡର୍ ଉପରେ ଆର୍ଜେଣ୍ଟିନାର ବିଜୟ

Odisha Sports Bureau