Football

କଳିଙ୍ଗରେ ନେରୋକା- ଆରୋଜ୍ ଭେଟ

(ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଆଇ ଲିଗ୍। ଶୁକ୍ରବାର ଏହି ପଡ଼ିଆରେ ଘରୋଇ ଇଣ୍ଡି୍ଆନ୍ ଆରୋଜ୍ ଭେଟିବ ନେରୋକା ଏଫ୍ସିକୁ। ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଗୁରୁବାର ଝାଳବୁହା ଅଭ୍ୟାସ କରିଛନ୍ତି। ୩ ମ୍ୟାଚ୍ ପରେ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ଆମେ ବହୁତ ଖୁସି। ଆମ ପାଇଁ କୌଣସି ମ୍ୟାଚ୍ ସହଜ ନୁହେଁ। ପଏଣ୍ଟ୍ ଟେବୁଲରେ ୧୪ ମ୍ୟାଚ୍ରୁ ୪ ବିଜୟ, ୧ ଅମୀମାଂସିତ ଓ ୯ ପରାଜୟ ସହ ୧୩ ପଏଣ୍ଟ୍ ପାଇ ଅଷ୍ଟମ ସ୍ଥାନରେ ରହିଛୁ। ତଥାପି ଏଥିରେ ମୁଁ ଖୁସି ରହିଛି। ଆମ ପିଲାମାନେ ଦିନକୁ ଦିନ ଭଲ କରୁଛନ୍ତି। ସୁଯୋଗ ମିଳିଲେ ଏହାକୁ ଗୋଲ୍ ପରିଣତ କରିବାକୁ ଉଦ୍ୟମ କରିବୁ। ନେରୋକା ପଏଣ୍ଟ୍ ଟେବୁଲ୍ (ପଞ୍ଚମ)ରେ ଆମଠୁ ଉପରେ ରହିଛି। ତା’ ଘରୋଇ ପଡ଼ିଆରେ ନେରୋକା ଆମକୁ ୩-୦ରେ ହରାଇଥିଲା। କଳିଙ୍ଗରେ ଏହାର ମଧୁର ପ୍ରତିଶୋଧ ନେବା ଲାଗି ସୁଯୋଗ ରହିଛି ବୋଲି ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦଳର ପ୍ରଶିକ୍ଷକ ଫ୍ଲୟସ୍ ପିଣ୍ଟୋ।

ଅନ୍ୟପକ୍ଷରେ ୨୨ ପଏଣ୍ଟ୍ ସହ ପଞ୍ଚମ ସ୍ଥାନରେ ଥିବା ନେରୋକା ୩ ପଏଣ୍ଟ୍ ହାତେଇବା ଲାଗି ଖେଳିବ ବୋଲି ଏହାର ପ୍ରଶିକ୍ଷକ ମାନୁଏଲ୍ ଫ୍ରେଲି କହିଛନ୍ତି। ଆମର ପ୍ରସ୍ତୁତି ଭଲ ରହିଛି। ଆରୋଜ ଏକ ବିପଦପୂର୍ଣ୍ଣ ଦଳ, ଏହା ପାଖରେ ଯୁବ ଖେଳାଳି ରହିଛନ୍ତି। ଏମାନେେ କିଛି ବି କରିପାରିବେ। ତଥାପି ଏମାନଙ୍କ ସହ ଲଢ଼େଇ ପାଇଁ ଆମେ ପ୍ରସ୍ତୁତ ଅଛୁ। ଆମ ପାଖରେ ଅଭିଜ୍ଞ ଖେଳାଳି ଅଛନ୍ତି। ମୋହନ ବାଗାନ ଏବଂ ଚର୍ଚିଲ ବ୍ରଦର୍ସ ବିପକ୍ଷରେ ଭଲ ଲଢ଼େଇ କରି ହାରିଥିଲୁ। ପୂର୍ବ ଭୁଲକୁ ସୁଧାରି ଭଲ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିଛୁ। ଆମ ଦଳର ଦୁଇ ଜଣ ଏଦୁଆର୍ଡୋ ଓ ଆର୍ୟ୍ୟନ୍ ୱିଲିୟମ୍ସ ବାସନ୍ଦ ହୋଇଛନ୍ତି। ଫୁଟ୍ବଲ୍ ଏକ ଦଳଗତ ଖେଳ ହୋଇଥିବାରୁ ଏହାର ପ୍ରଭାବ ରହିବନି ବୋଲି ଫ୍ରେଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶୁକ୍ରବାର ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ପଡ଼ିଆରେ ଅପରାହ୍ନ ୨ଟା ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଦେଖିବା ଲାଗି ଦର୍ଶକ ପାଇଁ କୌଣସି ଟିକେଟ୍ର ବ୍ୟବସ୍ଥା ନାହିଁ।

Related posts

କୋଚ୍ ଗେର୍ରାଡ ହାଲେରଙ୍କ ଦେହାନ୍ତ

Odisha Sports Bureau

ମଞ୍ଚେଷ୍ଟର ସିଟିର ତାରକା ଫୁଟବଲର୍ କଲିନ୍ ବେଲଙ୍କ ଦେହାନ୍ତ

Odisha Sports Bureau

ଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍‌