Cricket

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ, ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ ରେ ପରାସ୍ତ

(ଓଡିଶା ସ୍ପୋର୍ଟ): ଭାରତୀୟ ପୁରୁଷ ଦଳ ଭଳି ମହିଳା ଦଳର ମଧ୍ୟ ସମାନ ପରିସ୍ଥିତି । ପୁରୁଷ ଦଳ ଭଳି ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଘରୋଇ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଇଛି । ଆଜି ସେଡନ୍ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ରେ ପରାସ୍ତ ହୋଇଛି । ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାରୁ ମିତାଲି ରାଜ୍ଙ୍କ ଟିମ୍ ୨-୧ରେ ସିରିଜ୍ ବିଜୟୀ ହୋଇଛି ।

ଆଜି ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତୀୟ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫୨ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨ ଓ୍ଵିକେଟ୍ ବିନିମୟରେ ୨୯.୨ ଓଭର ଖେଳରେ ୧୫୩ ରନ୍ କରି ଜିତି ଯାଇଥିଲା । ବିଜୟୀ ଦଳର ଏମି ସେଟର୍ଥଓ୍ଵାଇଟ୍ ଅପରାଜିତ ୬୬ ଏବଂ ସୁଜି ବତସ୍ ୫୭ ରନ୍ କରିଥିଲେ । ଏହା ସହିତ ଭାରତ-ନ୍ୟୁଜିଲାଣ୍ଡ ମହିଳା ଦଳର ଦିନିକିଆ ସିରିଜ୍ ଶେଷ ହୋଇଛି । ତେବେ ପୁରୁଷ ଦଳର ଆଉ ଗୋଟିଏ ମ୍ୟାଚ୍ ବାକି ଅଛି ।

Related posts

ବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟ

Odisha Sports Bureau

ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ, ନିକିରାଇ ଟିମ୍କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ

Odisha Sports Bureau

ଯୋଧପୁରରେ ପହଞ୍ଚିଲେ ଏମଏସ ଧୋନି; ଫଟୋ ଏବଂ ଅଟୋଗ୍ରାଫରେ ଜିତିଲେ କୁନି ପ୍ରଶଂସକଙ୍କ ହୃଦୟ 

Odisha Sports Bureau