Cricket

୨୦୦ତମ ମ୍ୟାଚ୍ ଖେଳି ରେକର୍ଡର ଅଧିକାରୀ ମିତାଲି

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ମହିଳା କ୍ରିକେଟର ଭାବେ ୨୦୦ତମ ମ୍ୟାଚ୍ ଖେଳିଛନ୍ତି। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ମିଥାଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମିତାଲି ଏପର୍ୟ୍ୟନ୍ତ ଭାରତ ଖେଳିଥିବା ୨୬୩ ମ୍ୟାଚ୍ ମଧ୍ୟରୁ ୨୦୦ ମ୍ୟାଚ୍ରେ ଖେଳିଛନ୍ତି। ଏହାବାଦ ସେ ୧୦ ଟେଷ୍ଟ ଓ ୮୫ ଟି୨୦ ମ୍ୟାଚ୍ରେ ମଧ୍ୟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ମିଥାଲିଙ୍କ କ୍ୟାରିୟରର ମହିଳା କ୍ରିକେଟରଙ୍କ ମଧ୍ୟରେ ସବୁଠୁ ଲମ୍ବା। ତେବେ କ୍ରିକେଟ ଇତିହାସରେ ଲମ୍ବା କ୍ୟାରିୟର ତାଲିକାରେ ସଚିନ ତେନ୍ଦୁଲକର, ଶନଥ ଜୟସୁରିୟା ଓ ଜାବେଦ ମିଆଁଦାଦଙ୍କ ପଛକୁ ମିଥାଲିଙ୍କ ୪ର୍ଥ ସ୍ଥାନରେ ରହିଛନ୍ତି।

Related posts

ପରାଜୟ ପରେ ରାଗିଗଲେ ପ୍ରଶଂସକ , ଗୌତମ ଗମ୍ଭୀରଙ୍କୁ ହଟାଇବା ପାଇଁ ଦାବି ଉଠିଲା

Odisha Sports Bureau

ଏହି ବ୍ୟାଟ୍ସମ୍ୟାନ୍ ଇତିହାସ ରଚିଲେ, ଦ୍ରୁତତମ ୧୨,୦୦୦ ଟି-୨୦ ରନ୍ ହାସଲ କଲେ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ ରଜତ ପଟିଦାର

Odisha Sports Bureau