Cricket

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ

ମୁମ୍ବାଇ: କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଚାଞ୍ଚଲ୍ୟକର ବୟାନ । ୨୦୧୩ ଆଇପିଏଲ ସମୟରେ ସହଯୋଗୀ ଖେଳାଳି ମଦ ପିଇ ତାଙ୍କୁ ୧୫ ମହଲା ବାଲକୋନୀରୁ ଝୁଲାଇ ଦେଇଥିଲେ ବୋଲି ସେ କହିଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଖେଳୁଥିଲେ । ଚହଲଙ୍କ ଏହି ଖୁଲାସା ପରେ ପୂର୍ବତନ ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ କହିଛନ୍ତି ଯେ ସେ ସେହି କ୍ରିକେଟରଙ୍କ ନାମ ପ୍ରକାଶ କରିବା ଉଚିତ। ସେହିଭଳି ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହି କଥା ଜାଣିବା ପରେ କ୍ରୋଧିତ ହୋଇ ଯାଇଛନ୍ତି।

ବାଙ୍ଗାଲୋର ବିପକ୍ଷ ମ୍ୟାଚ ପରେ ରାତିରେ ପାର୍ଟି ହୋଇଥିଲା । ଏହିସମୟରେ ଜଣେ ଖେଳାଳି ପ୍ରଚୁର ମଦ ପିଇଥିଲେ, ଏବଂ ମୋତେ ବହୁ ସମୟ ଚାହିଁବାପରେ ବାହାରକୁ ଡାକିନେଇ ବାଲକୋନିରେ ଝୁଲାଇଦେଲେ’ ବୋଲି ଚହଲ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ୧୫ତମ ମହଲାରେ ଥିଲି, ହାତ ଖସିଯାଇଥିଲେ ମୋ ସହ କ’ଣ ଘଟିଥା’ନ୍ତା ? ହଠାତ୍‌ ବହୁଲୋକ ଆସିଗଲେ ଏବଂ ମୋତେ ଉଦ୍ଧାର କଲେ । ମୁଁ ଏକପ୍ରକାର ଅଚେତ ହୋଇପଡ଼ିଥିଲି, ମୋତେ ପାଣି ପିଆଇଥିଲେ । ସେବେଠୁ ଅନୁଭବ କରିଥିଲି, ଯେଉଁଠିକି ଗଲେ ବି କେତେ ଦାୟିତ୍ବବାନ ହେବା ଉଚିତ୍‌, ’ ବୋଲି ପ୍ରକାଶ କରିଛନ୍ତି ଏହି ୩୧ ବର୍ଷୀୟ ଏହି ସ୍ପିନର୍‌ । ସମ୍ପୃକ୍ତ ଖେଳାଳିଙ୍କ ନାମ କିନ୍ତୁ ପ୍ରକାଶ କରିବେ ନାହିଁ ବୋଲି ଚହଲ ସ୍ପଷ୍ଟ ଭାବେ କହିଛନ୍ତି ।

ଚହଲଙ୍କ ଚାଞ୍ଚଲ୍ୟକାର ବୟାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବୀରେନ୍ଦ୍ର ସେହବାଗଙ୍କ ସହ ବହୁ ଖେଳାଳି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବୀରୁ କହିଛନ୍ତି, ଚହଲ ତୁରନ୍ତ ସମ୍ପୃକ୍ତ ମୁମ୍ବାଇ ଇଣ୍ଡିଆନ୍ସ ସାଥୀ ଖେଳାଳିଙ୍କ ନାମ ଘୋଷଣା କରିବା ଉଚିତ ଏବଂ ବିସିସିଆଇ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।ଅନ୍ୟପକ୍ଷେ, ରବି ଶାସ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଥମ ଥର ପାଇଁ ଏପରି କଥା ଶୁଣୁଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ | ଯଦି ଆଜି ଏହି ଘଟଣା ଘଟେ ତେବେ ଅପରାଧୀଙ୍କୁ ଆଜୀବନ ନିଷେଧ କରାଯିବା ଉଚିତ ଏବଂ ସେହି ବ୍ୟକ୍ତିଙ୍କୁ ଯଥାଶୀଘ୍ର ବିସିସିଆଇ ପକ୍ଷରୁ ଦଣ୍ଡ ଦିଆଯିବା ଉଚିତ୍ |

Related posts

ପରାଜୟ ପରେ ମଧ୍ୟ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି; ବିଶେଷ ଢ଼ଙ୍ଗରେ ଧନ୍ୟବାଦ ଜଣାଇଲେ ଜାଡେଜା

Odisha Sports Bureau

IPLରେ ପୁଣି ତେନ୍ଦୁଲକର

Odisha Sports Bureau

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau