Cricket

ଲଗାତାର ୪ର୍ଥ ଥର ପରାଜୟ ବରଣ କାଲା ଚେନ୍ନାଇ ଓ ମୁମ୍ବାଇ

ମୁମ୍ବାଇ : ଚଳିତ ମ୍ୟାଚରେ ଲଗାତାର ୪ ଥର ପରାଜୟ ବରଣ କଲାଣି ଚେନ୍ନାଇ ସୁପର କିଙ୍ଗ୍ସ । ସଫଳତା ପାହାଚରେ ଚାଲୁଥିବା ଏହି ଦଳକୁ ଶନିବାର ଦିନ ସନରାଜର୍ସ ହାଇଦ୍ରାବାଦ ୮ ୱିକେଟରେ ହରାଇ ଦେଇଛି । ଅନ୍ୟ ପଟେ ପ୍ରଥମ ବିଜୟ ସହ ଖାତା ଖୋଲିଛି ୱିଲିୟମସନ୍ଙ୍କ ଦଳ ।

ସେହିପରି ଆଇପିଏଲରେ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରିଚାଲିଛି । ପ୍ରଥମ ତିନିଟି ମ୍ୟାଚ୍ ହାରି ଆଲୋଡ଼ା ହ୍ୟାଟ୍ରିକ୍ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଏହି ଦଳ ଶନିବାର ରାତିରେ ଖେଳିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ଚତୁର୍ଥ ମ୍ୟାଚ୍‌କୁ ବି ଦୁର୍ଭାଗ୍ୟଜନକ ଭାବେ ୭ ୱିକେଟ୍‌ରେ ହାରିଯାଇଛି। ଫଳରେ ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ସହ ଦ୍ବିତୀୟ ଦଳ ଭାବେ ଲଗାତାର ଚାରିଟି ପରାଜୟ ବରଣ କରି ଏପର୍ୟ୍ୟନ୍ତ ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇନି।

Related posts

ହର୍ଷିତ ରାଣା ଦିନିକିଆ କ୍ରିକେଟରେ ଭାରତର ସବୁଠାରୁ ସଫଳ ବୋଲର

Odisha Sports Bureau

ଆସନ୍ତାକାଲି ୨୦୨୦ ସଂସ୍କରଣ ପାଇଁ ଖେଳାଳି ନିଲାମ

Odisha Sports Bureau

୧୫ଜଣିଆ ଅଷ୍ଟ୍ରେଲିଆ ଟିମରେ ୱାର୍ଣ୍ଣର ଓ ସ୍ମିଥ

Odisha Sports Bureau