Cricket

ଶାର୍ଦୁଲ ଏବଂ ଅକ୍ଷରଙ୍କ ଦମଦାର ବ୍ୟାଟିଂ, ଆଇପିଏଲର ସବୁଠୁ ବଡ଼ ସ୍କୋର କଲା ଦିଲ୍ଲୀ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏହି ଦୁଇ ଦଳ ଆଜି ମୁହାଁମୁହିଁ ହୋଇଛନ୍ତି। ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ଡେଭିଡ୍ ଓ୍ଵାର୍ଣ୍ଣର ୬୧ ଏବଂ ପୃଥ୍ଵୀ ଶ ୫୧ ରନ କରିଛନ୍ତି। ଅଧିନାୟକ ଋଷଭ ପନ୍ତ ୨୭ ରନ କରିଥିଲେ। ତେବେ ଶେଷ ଆଡକୁ ଶାର୍ଦ୍ଦୁଳ ଠାକୁର ମାତ୍ର ୧୧ ବଲରୁ ୩ ଛକା ସହ ୨୯ ରନ କରିବାରୁ ଦିଲ୍ଲୀ ୨୧୫ ସ୍କୋରରେ ପହଞ୍ଚି ପାରିଛି। କୋଲକାତା ପକ୍ଷରୁ ପାଟ୍ କମିମ୍ସ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ନାରିନେ ୨ଟି ଓ୍ଵିକେଟ୍ ନେବାରେ ସଫଳ ହୋଇଛନ୍ତି। କେକେଆରକୁ ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ୨୧୬ ରନ କରିବାକୁ ପଡିବ। କୋଲକାତା ଅଧିନାୟକ ଶ୍ରେୟସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ମନୋନୀତ ହୋଇଥିଲେ।

କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧୬ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ ପାଇଁ ୪୫ ବଲରୁ ୬୧ ରନ ସଂଗ୍ରହ କରି ଡେଭିଡ ୱାର୍ଣ୍ଣର ସର୍ବାଧିକ ଇନିଂସ ଖେଳିଥିଲେ। ଏଥି ସହିତ ଶେଷରେ ଶାର୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ନିରନ୍ତର ବ୍ୟାଟିଂ କରିଥିଲେ। ଅକ୍ଷର ଦୁଇଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୪ ବଲରୁ ୨୨ ରନରେ ଅପରାଜିତ ରହିଥିଲେ ଏବଂ ଗୋଟିଏ ଚାରି ଏବଂ ତିନୋଟି ଛକା ସହାୟତାରେ ୧୧ ଟି ବଲରୁ ୨୯ ରନ୍ ରେ ଶାର୍ଦୁଲ ଅପରାଜିତ ରହିଥିଲେ।

ଶେଷରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ଅକ୍ଷର ୨୨ ଏବଂ ଶାର୍ଦ୍ଦୁଳ ୧୧ ବଲରୁ ୧ ଚୌକା ଏବଂ ୩ ଛକା ସହ ୨୯ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। କୋଲକାତା ପକ୍ଷରୁ ସୁନିଲ ନାରିନେ ୨୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। କୋଲକାତା ପକ୍ଷରୁ ପାଟ୍ କମିମ୍ସ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ୫୧ ରନ ବ୍ୟୟ କରି କୌଣସି ଓ୍ଵିକେଟ୍ ନେଇ ପାରି ନାହାନ୍ତି।

Related posts

ଆୟୁଷ ବାଦୋନିଙ୍କୁ ପ୍ରଶଂସା କଲେ ଅଧିନାୟକ ଲୋକେଶ ରାହୁଲ

Odisha Sports Bureau

ଏସିଆ କପରେ ଘନେଇଲା କରୋନା ଭାଇରସ୍ ବିପଦ; ଶ୍ରୀଲଙ୍କା ଦଳ ଉପରେ ନୂଆ ଭାରିଆଣ୍ଟ ବିପଦ ସୃଷ୍ଟି କରିଛି

Odisha Sports Bureau

ଅବସର ନେଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଆର ଅଶ୍ୱିନ

Odisha Sports Bureau