Cricket

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି ।ଧୋନି ଚଳିତ ଥର ଆଇପିଏ ଜିତିବା ପରେ ଧୋ ନି ସୋମବାର ଅହମ୍ମଦାବାଦରୁ ସିଧା ମୁମ୍ବାଇରେ ପହଞ୍ଚିଥିଲେ । ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତର ପାର୍ଦିୱାଲା ରିଷଭ ପନ୍ତଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କ ଅସ୍ତ୍ରୋପଚାର କରିଯାଇଛି । ଡାକ୍ତର ପାର୍ଦିୱାଲା ରିଷଭ ପନ୍ତଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କ ଅସ୍ତ୍ରୋପଚାର କରିଛନ୍ତି ।
ଧୋନି ତାଙ୍କ ବାମ ଆଣ୍ଠୁରେ ବ୍ୟାଣ୍ଡେଜ୍ ବାନ୍ଧି ପୁରା ଆଇପିଏଲ ସିଜନ୍ ଖେଳିଥିଲେ । ୱିକେଟ୍ କିପିଂ ବେଳେ ସେ ଠିକ୍ ଠାକ୍ ମନେ ହେଉଥିଲେ । ହେଲେ ଆଣ୍ଠୁ ସମସ୍ୟା ଯୋଗୁଁ ସେ ସାଧାରଣତଃ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲେ । ଏହାଛଡ଼ା ୱିକେଟ୍ ମଧ୍ୟରେ ଦୌଡ଼ିବା ସମୟରେ ଅସହଜ ମନେ କରୁଥିବା ଦେଖା ଯାଇଥିଲା ।
ଆଇପିଏଲ୍ ଫାଇନାଲ୍ ପରେ ଧୋନି କହିଥିଲେ ଯେ ପରିସ୍ଥିତିକୁ ଦେଖିଲେ ମୋ ଅବସର ନେବା ପାଇଁ ଏହା ପ୍ରକୃଷ୍ଟ ସମୟ। ଅଲବିଦା କହିବା ମୋ ପାଇଁ ବହୁତ ସହଜ ହେବ, କିନ୍ତୁ ପରବର୍ତ୍ତୀ ୯ ମାସ ପାଇଁ କଠିନ ପରିଶ୍ରମ କରି ପୁଣି ଫେରିଆସି ଆଉ ଏକ ସିଜନ୍ ଖେଳିବା କଷ୍ଟକର ।
ସେ କହିଥିଲେ ‘ଯଦି ମୋର ଶରୀର ସାଥ୍ ଦିଏ, ମୁଁ ଖେଳିବି। ଚେନ୍ନାଇ ପ୍ରଶଂସକମାନେ ଯେପରି ମୋତେ ଭଲ ପାଇବା ଦେଇଛନ୍ତି, ଏହା ସେମାନଙ୍କ ପାଇଁ ମୋର ଉପହାର ହେବ ଯେ ମୁଁ ଆଉ ଗୋଟିଏ ସିଜନ୍ ଖେଳେ । ସେମାନେ ଯେଉଁଭଳି ସ୍ନେହ ଦେଇଛନ୍ତି ଓ ଉତ୍ସାହ ଦେଖାଇଛନ୍ତି, ମୁଁ ମଧ୍ୟ ସେମାନଙ୍କ ପାଇଁ କିଛି କରିବା ଉଚିତ ।’

 

Related posts

କ୍ରିକେଟ ପ୍ରେମୀଙ୍କୁ ମାଡ଼, ବଡ ବଡ଼ିଆଙ୍କୁ ନକଲି ପାସ୍

ବିରାଟ ଏବଂ ରୋହିତ ଶର୍ମାଙ୍କୁ ସିଧାସଳଖ ନିର୍ଦ୍ଦେଶ ଜାରି କରିଛି ବିସିସିଆଇ ; ଗୋଟିଏ ସର୍ତ୍ତରେ ଟିମ୍ ଇଣ୍ଡିଆରେ ପାଇବେ ସ୍ଥାନ

Odisha Sports Bureau

ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ଦୂରେଇ ରହିବେ ଗ୍ଲେନ୍ ମ୍ୟାକ୍ସୱେଲ; ଜାଣନ୍ତୁ କାହିଁକି

Odisha Sports Bureau