Cricket

ମହିଳା ଆଇପିଏଲ ଟି-୨୦ ଚ୍ୟାଲେଞ୍ଜରେ ୨ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ପୁଣେରେ ମେ ୨୩ ରୁ ଆରମ୍ଭ ହେଉଛି ମହିଳା ଆଇପିଏଲ ଟି-୨୦ ଚ୍ୟାଲେଞ୍ଜ | ଏଥିରେ ପ୍ରତ୍ୟେକ ଥର ପରି ତିନୋଟି ଦଳ ମଧ୍ୟ ରହିବେ ଏବଂ ଏଥିରେ ମୋଟ ୪ଟି ମ୍ୟାଚ୍ ଖେଳାଯିବ | ଏଥିରେ ସାମିଲ ଥିବା ୧୨ ଜଣ କ୍ରିକେଟରଙ୍କ ମଧ୍ୟରେ ଇଂଲଣ୍ଡ ଅଧିନାୟକ ହେଥର ନାଇଟ୍, ବିଶ୍ୱର ନମ୍ବର ୱାନ ବୋଲର ସୋଫି ଏକ୍ଲେଷ୍ଟୋନ ଏବଂ ଅଷ୍ଟ୍ରେଲିଆର ଏଲିନା କିଙ୍ଗଙ୍କ ସମେତ ୨ ଜଣ ଓଡ଼ିଆ ଖେଳାଳି ମଧ୍ୟ ଏହି ଆଇପିଏଲରେ ସାମିଲ ହୋଇଛନ୍ତି।

ମେ ୨୩ରୁ ଆରମ୍ଭ ହେଉଥିବା ମହିଳା ଆଇପିଏଲ ଟି-୨୦ ଚ୍ୟାଲେଞ୍ଜର ଫାଇନାଲ୍ ମ୍ୟାଚ ମେ ୨୮ରେ ଖେଳାଯିବ | ଏହାର ସମସ୍ତ ୪ଟି ମ୍ୟାଚ୍ ପୁଣେରେ ଖେଳାଯିବ | ନ୍ୟୁଜିଲାଣ୍ଡରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଏଲିନା ହେଉଛନ୍ତି ଏକମାତ୍ର ଅଷ୍ଟ୍ରେଲୀୟ କ୍ରିକେଟର ଯିଏକି ଟି-୨୦ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ୍ ଟୁର୍ନାମେଣ୍ଟ ପାଇଁ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା , ହରମାନପ୍ରୀତ କୌର ଏବଂ ଦୀପ୍ତି ଶର୍ମାଙ୍କୁ ତିନି ଦଳର କ୍ୟାପଟେନ ଭାବେ ନିଯୁକ୍ତ ହୋଇଛନ୍ତି ଘୋଷିତ ତିନି ଦଳରେ ଭେଟେରାନ ଖେଳାଳି ମିତାଲି ରାଜ ଓ ଝୁଲନ ଗୋସ୍ଵାମୀଙ୍କୁ ସ୍ଥାନ ମିଳିନାହିଁ । ବିସିସିଆଇ ପ୍ରତ୍ୟେକ ଦଳରେ ୧୬ ଖେଳାଳିଙ୍କୁ ସ୍ଥାନ ଦେଇଛି | ହରମାନପ୍ରୀତଙ୍କୁ ସୁପରନୋଭାସ୍, ମନ୍ଧାନାଙ୍କୁ ଟ୍ରେଲବ୍ଲେଜର୍ସ ଏବଂ ଦୀପ୍ତିଙ୍କୁ ଭେଲୋସିଟିର କ୍ୟାପଟେନ ଭାବରେ ନିଯୁକ୍ତ କରାଯାଇଛି ଦିଆଯାଇଛି |

ସୂଚନା ଅନୁଯାୟୀ, ସ୍ଥାନ ପାଇଥିବା ୨ ଜଣ ମହିଳା କ୍ରକେଟର ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଟ୍ରେଲ ବ୍ଲେଜର୍ସ ଟିମରେ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା । ଅନ୍ତର୍ଜାତୀୟ ଖେଳାଳି ସ୍ମିତି ମାନ୍ଧନାଙ୍କ ଅଧିନାୟକତ୍ୱରେ ଟି-୨୦ ଚ୍ୟାଲେଞ୍ଜ ଖେଳିବେ ଏହି ଦୁଇ ଓଡିଆ ଖେଳାଳି । ଗତ ବର୍ଷ ମଧ୍ୟ ଓଡିଆ ମହିଳା ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଥିଲେ । ସେ ମିଥାଲି ରାଜଙ୍କ ଟିମ ଭେଲୋସିଟିରେ ସ୍ଥାନ ପାଇଥିଲେ ।

ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଗଠିତ ତିନି ଦଳ ହେଉଛନ୍ତି :-

ଟ୍ରେଲବ୍ଲେଜର୍ସ: ସ୍ମୃତି ମନ୍ଧାନା (କ୍ୟାପଟେନ୍), ପୁନମ୍ ଯାଦବ,ରିଚା ଘୋଷ, ଏସ୍ ମେଘନା, ସାଇକା ଇସ୍ହାକ୍, ସଲମା ଖତୋନ୍, ଅରୁନ୍ଧତୀ ରେଡ୍ଡୀ, ହାଲି ମାଥ୍ୟୁସ୍, ଜେମିମା ରୋଡ୍ରିଗୁସ୍, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରାଜେଶ୍ୱରୀ ଗାଏକ୍ୱାଡ୍, ରେନୁକା ସିଂ, ଶର୍ମିନ୍ ଅଖତ ଏବଂ ଏସବି ପୋଖରକର |

ସୁପରନୋଭାସ୍ : ହରମାନପ୍ରୀତ କୌର (କ୍ୟାପଟେନ୍), ତାନିଆ ଭାଟିଆ, ପୂଜା ଭସ୍ତ୍ରାକର, ପ୍ରିୟା ପୁନିଆ, ରାଶି କାନୋଜିଆ, ସୋଫି ଏକ୍ଲେଷ୍ଟୋନ, ଏଲିନା କିଙ୍ଗ, ଆୟୁଷ ସୋନି, ଚନ୍ଦୁ ଭି, ଡିୟାଣ୍ଡ୍ରା ଡଟିନ୍ , ହାର୍ଲେନ୍ ଦେଓଲ୍, ମେଘନା ସିଂ, ମୋନିକା ପଟେଲ, ମୁସ୍କାନ୍ ମଲିକ୍, ସୁନେ ଲୁସ୍, ମାନସୀ ଯୋଶୀ |

ଭେଲୋସିଟି : ଦୀପ୍ତି ଶର୍ମା (କ୍ୟାପଟେନ୍), ସ୍ନେହ ରାଣା, ନାଥାକେନ୍ ଚେନ୍ତମ, ରାଧା ଯାଦବ, ଆରତୀ କେଦାର, ଶିବଲି ଶିନ୍ଦେ, ଶେଫାଳି ବର୍ମା, ଆୟାବୋଙ୍ଗା ଖାକା, କେପି ନଭେଗିର୍, କ୍ୟାଥରିନ୍ କ୍ରସ୍, କିର୍ତ୍ତୀ ଜେମ୍ସ, ଲୌରା ୱୋଲୱର୍ଟ, ମାୟା ସୋନାୱାନେ, ଯସ୍ତିକା ଭାଟିଆ, ପ୍ରଣବୀ ଚନ୍ଦ୍ର |

Related posts

ପୂର୍ବତନ କ୍ରିକେଟର ଡିନ ଜୋନ୍ସଙ୍କ ମୃତ୍ୟୁ

Odisha Sports Bureau

୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ

Odisha Sports Bureau

ଟି-20 ବିଶ୍ବକପ୍ ପାଇଁ ଟିିମ୍ ଘୋଷଣା, ବାଦ ପଡିଲେ ଶୁଭମନ୍ ଗିଲ୍

Odisha Sports Bureau