Cricket

ଫେରିଲେ ଜାଡେଜା, ବାଦ ପଡିଲେ ପୁଜାରା ଓ ରାହାଣେ

ମୁମ୍ବାଇ : ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଗତ ମାସରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ରୋହିତଙ୍କୁ ପୂର୍ବରୁ ହିଁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇସାରିଛି । ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ସିରଜରେ ସେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ସେହିପରି ଅନ୍ୟପଟେ ଆଜି ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି । ଭାରତୀୟ ଟେଷ୍ଟ ଦଳରୁ ଅଜିଙ୍କ୍ୟ ରାହାଣେ, ଚେତେଶ୍ଵର ପୂଜାରା, ଋଦ୍ଧିମାନ ଶାହା ଓ ଇଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି । ଋଦ୍ଧିମାନଙ୍କ ସ୍ଥାନରେ କେଏସ ଭରତଙ୍କୁ ବିକଳ୍ପ କିପର ବ୍ୟାଟ୍ସମ୍ୟାନ ଭାବେ ନିଆଯାଇଛି । ସେହିପରି ସ୍ପିନର ସୌରଭ କୁମାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କୁ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି । ଆହତ ଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳୁନଥିବା ରବୀନ୍ଦ୍ର ଜାଡେଜା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ସ୍ପିନର ଆର.ଅଶ୍ବୀନ ଫିଟନେସ ଫିଟନେସ ଟେଷ୍ଟ ପାଶ କରିବା ପରେ ହିଁ ଦଳକୁ ଫେରିପାରିବେ ।

ଭାରତୀୟ ଟେଷ୍ଟ ଦଳ :

ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମନ ଗିଲ, ଋଷଭ ପନ୍ତ, କେ.ଏସ୍ ଭରତ, ଆର. ଅଶ୍ୱିନ୍ (ଫିଟନେସ୍ ପାଶ କଲେ), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା (ଉପ ଅଧିନାୟକ) , ମହମ୍ମଦ ସମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର ।

ଭାରତୀୟ ଟି-୨୦ ଦଳ :

ରୋହିତ ଶର୍ମା, ଋତୁରାଜ ଗାଇକ୍ବାଡ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଦୀପକ ହୁଡା, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ, ସଂଜୁ ସାମସନ, କୁଲଦୀପ ଯାଦବ, ଆଭେଶ ଖାଁ ।

Related posts

ଆଇସିସି ଦିନିକିଆ ରାଙ୍କିଙ୍ଗ : ସିରାଜ ନମ୍ବର ୱାନ ବୋଲର , ଗିଲ ନମ୍ବର ୱାନ ବ୍ୟାଟର

Odisha Sports Bureau

ଖୁବ ଶୀଘ୍ର ମଇଦାନକୁ ଆସିବେ ଧୋନୀ

Odisha Sports Bureau

ମହିଳା ଟି -୨୦ ବିଶ୍ୱକପ୍: ଭାରତ – ଆୟରଲାଣ୍ଡ ମୁକାବିଲା ଆଜି

Odisha Sports Bureau