Cricket

ଭାରତର ଲଗାତାର ବିଜୟ: ୱେଷ୍ଟଇଣ୍ଡିଜ୍‌ ୮ ରନ୍‌ରେ ପରାସ୍ତ

କୋଲକାତା: ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ଶୃଙ୍ଖଳା ହାରି‌ ଫେରିଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ଶୃଙ୍ଖଳା ଜିତିଛି। ଦ୍ୱତୀୟ ଟି -୨୦ରେ ଭାରତ ୮ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ଫଳରେ ରୋହିତ ଶର୍ମାଙ୍କ ଦଳ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ଭାରତ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ନିକୋଲାସ ପୂରନ (୬୨) ଓ ରୋଭମନ ପାୱେଲ (୬୮)ଙ୍କ ଶତକୀୟ ଭାଗୀଦାରି ମ୍ୟାଚ୍ ଛଡ଼ାଇନେବାର ଆଶଙ୍କା ସୃଷ୍ଟି କରିଥିଲେ ମଧ୍ୟ ଶେଷ ୩ ଓଭରରେ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ସୁଯୋଗ ହାତଛଡ଼ା କରିନଥିଲା। ଫଳରେ ଭ୍ରମଣକାରୀ ଦଳ ୧୭୮/୩ରେ ସୀମିତ ରହିଯାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହା ଭାରତର ତୃତୀୟ ଶୃଙ୍ଖଳା ବିଜୟ। ଭାରତର ମଧ୍ୟ ଏହା ଦ୍ୱତୀୟ ସର୍ବାଧିକ ଅଷ୍ଟମ ଲଗାତାର ଟି-୨୦ ବିଜୟ। ‌ଋଷଭ ପନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Related posts

ଡିପିରେ ତ୍ରିରଙ୍ଗା ରଖି ବିସିସିଆଇର ହଟିଲା ବ୍ଲୁ ଟିକ୍

Odisha Sports Bureau

ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦ ଛାଡ଼ିଛନ୍ତି

ଦିନିକଆ ସିରିଜ୍ ଖେଳିବେ ନାହିଁ ବୁମରା

Odisha Sports Bureau