Athletics

ବିଶ୍ୱର ଶ୍ରେଷ୍ଠ ଆଥଲେଟ୍ ତାଲିକାରେ ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପଥିରାଗେ

ବିଶ୍ୱ ଆଥଲେଟିକ୍ସରେ ଚମକିଲେ ଶ୍ରୀଲଙ୍କାର ଜାଭେଲିନ୍ ଥ୍ରୋଅର୍ ରୁମେଶ ଥରଙ୍ଗା ପଥିରାଗେ। ୨୦୨୬ ବର୍ଷର ‘ୱାର୍ଲ୍ଡ ଆଥଲେଟ୍ ଅଫ୍ ଦ ଇୟର’ ମାନ୍ୟତା ତାଲିକାରେ ସେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି। ଏଥିସହ ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ମନୋନୀତ ହେବାରେ ସେ ପ୍ରଥମ ଶ୍ରୀଲଙ୍କା ଆଥଲେଟ୍ ହୋଇଛନ୍ତି। ମାତ୍ର ୨୩ ବର୍ଷ ବୟସରେ ପଥିରାଗେ ନିଜ ଚମତ୍କାର ପ୍ରଦର୍ଶନ ବଳରେ ବିଶ୍ୱ କ୍ରୀଡ଼ା ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ସେ ଅଂଶଗ୍ରହଣ କରିଥିବା ୧୪ଟି ପ୍ରତିଯୋଗିତାରୁ ୧୩ଟିରେ ବିଜୟୀ ହୋଇଛନ୍ତି। ଜୁନ୍ ୪ରେ ରୋମ୍ ଡାଇମଣ୍ଡ ଲିଗ୍‌ରେ ୯୨.୬୨ ମିଟର ଜାଭେଲିନ୍ ଫିଙ୍ଗି ଜାତୀୟ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ।

Rumesh Tharanga wins Zurich Diamond League Javelin title with 92.07m throw  | Sri Lanka News | Ada Derana | Truth First

ସେହିପରି ଡାଇମଣ୍ଡ ଲିଗ୍ ଫାଇନାଲ୍‌ରେ ୮୯.୦୪ ମିଟର ଥ୍ରୋ ସହ ବିଜୟୀ ହୋଇ ଏହି ସଫଳତା ହାସଲ କରିବାରେ ପ୍ରଥମ ଶ୍ରୀଲଙ୍କା ଖେଳାଳି ହୋଇଛନ୍ତି। ତାଙ୍କର ଏହି ସଫଳତା ଶ୍ରୀଲଙ୍କା କ୍ରୀଡ଼ା ଜଗତ ପାଇଁ ଏକ ଐତିହାସିକ ଉପଲବ୍ଧି। ଆସନ୍ତା ନଭେମ୍ବର ୨୯ ତାରିଖରେ ମୋନାକୋଠାରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ ଆୱାର୍ଡସ୍। ଏହି ଉତ୍ସବରେ ୨୦୨୬ ବର୍ଷର ଶ୍ରେଷ୍ଠ ଆଥଲେଟ୍‌ମାନଙ୍କୁ ସମ୍ମାନିତ କରାଯିବ।

May be an image of football and text

Related posts

ଭାରୋତ୍ତୋଳନରେ ଭାରତକୁ ମିଳିଲା ରୌପ୍ୟ ପଦକ

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେ

Odisha Sports Bureau