Cricket

ଭାରତକୁ ଜିତିବା ପାଇଁ ୨୬୫ ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲ୍ରିଆ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନ୍ କରି ଅଲଆଉଟ ହୋଇଛି । ଭାରତକୁ ଜିତିବା ପାଇଁ ୨୬୫ ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲ୍ରିଆ । ଷ୍ଟିଭ୍ ସ୍ମିଥ ଏବଂ ଆଲେକ୍ସ କେରି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି । ଷ୍ଟିଭ ସ୍ମିଥ ୭୩ ରନ କରିଥିବା ବେଳେ ଆଲେକ୍ସ କେରି ୬୧ରନର କରିଛନ୍ତି । ଭାରତ ପାଇଁ ବୋଲିଂ କରି ମହମ୍ମଦ ଶାମି ୩ ୱିକେଟ ନେଇଥିବା ବେରୁଣ ଚକ୍ରବର୍ତ୍ତୀ ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Related posts

ଅଷ୍ଟ୍ରେଲିଆ-ଇଂଲଣ୍ଡ ଅନ୍ତିମ ଆଶେସ ଟେଷ୍ଟରୁ ଜେସନ୍ ରୟଙ୍କୁ ବାଦ

Odisha Sports Bureau

ବିରାଟଙ୍କ ଉପରେ ଲାଗିଲା ମୋଟା ଅଙ୍କର ଜରିମାନା

Odisha Sports Bureau

ବିରାଟ କୋହଲିଙ୍କ ଉପରେ ମମତା ଦେଖାଇଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମାଆ

Leave a Comment