Cricket

ଅଲରାଉଣ୍ଡର ଜାଡେଜାଙ୍କ ନୂଆ ଟାଲେଣ୍ଟ; ଆମେରିକାରେ ଗଳିରେ କରୁଛନ୍ତି ଡ୍ୟାନ୍ସ

ବ୍ୟୁରୋ : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ନୂଆ ଟାଲେଣ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇଛି ।ଏସିଆ କପ୍ ଏବଂ ବିଶ୍ୱକପ ପୂର୍ବରୁ ପରିବାର ସହ ଛୁଟି ମନାଉଛନ୍ତି ଜାଡେଜା ।ଆମେରିକା ଗଳିରେ ଛୁଟିର ମଜା ନେଇ ନାଚୁଥିବାର ନଜର ଆସିଛନ୍ତି ଜାଡେଜା । ତାଙ୍କର ଏହି ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ ବହିତ ପସନ୍ଦ କରୁଛନ୍ତି । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ରହି ଘରୋଇ ଦଳ ସହିତ ଟେଷ୍ଟ, ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ମ୍ୟାଚ୍ ଖେଳୁଛି ଟିମ୍ ଇଣ୍ଡିଆ। ଟି-୨୦ ସିରିଜର ଦୁଇଟି ମ୍ୟାଚ ହାରିସାରିଲାଣି ଭାରତ । ଆଉ ସେପଟେ ଟିମରୁ ବାଦ୍ ପଡିଥିବା ରବିନ୍ଦ୍ର ଜାଡେଜା ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ।

ରବିନ୍ଦ୍ର ଜାଡେଜା ପତ୍ନୀ ରିବାବା ଜାଡେଜାଙ୍କ ନୂଆ ଟ୍ୟାଲେଣ୍ଟକୁ ଫ୍ୟାନ୍ସକୁ ଦେଖାଇଛନ୍ତି । ରିବାବା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜାଡେଜାଙ୍କ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି । ରିବାବା ଏହି ଭିଡିଓକୁ ପୋଷ୍ଟ କରିବା ସହିତ କ୍ୟାପସନରେ ଲେଖିଛନ୍ତି, ମିଷ୍ଟର RJ ଙ୍କ ଲୁକ୍କାୟିତ ଟ୍ୟାଲେଣ୍ଟ ବିଷୟରେ ଜାଣିବାକୁ ମିଳିଲା । ତେବେ ଜାଡେଜାଙ୍କ ଏହି ଭିଡିଓ ପୋଷ୍ଟ ହେବା ପରେ ଫ୍ୟାନ୍ସ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି । ଯେଉଁଥିରେ ଜାଡେଜାଙ୍କ ନୂଆ ଟ୍ୟାଲେଣ୍ଟ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହେଉଛନ୍ତି । ସେହିପରି ତାଙ୍କ ଡ୍ୟାନ୍ସ ମୁଭ୍ସକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ସହିତ ଖେଳିବା ପରେ ଆଗାମୀ ସିରିଜ ଆୟରଲ୍ୟାଣ୍ଡ ଗସ୍ତ କରିବ । ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳିବ । ଏଥିପାଇଁ ଯୁବ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ରବିନ୍ଦ୍ର ଜାଡେଜା ଏଥିରେ ଟିମରୁ ବାଦ୍ ପଡିଥିବା ବେଳେ ଏସିଆ କପରେ ନଜର ଆସିବେ । ଏହାଛଡା ବିଶ୍ୱକପ ୨୦୨୩ରେ ଟିମର ପ୍ରମୁଖ ଖେଳାଳି ରହିବେ ।

Related posts

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

Odisha Sports Bureau

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସାମ୍ନାରେ ନାଚୁଥିବାର ନଜର ଆସିଲେ ନାଚିଲେ କୋହଲି

Odisha Sports Bureau

ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ